ଭୁବନେଶ୍ବର: ସିଲ ହେଲା ପେଣ୍ଟାଗନ୍‌ ହୋଟେଲ,କାଲି ହାଇପ୍ରୋଫାଇଲ୍‌ ଜୁଆ ଆଡ୍ଡାରେ ହୋଇଥିଲା ଚଢାଉ

ଭୁବନେଶ୍ବର(କେନ୍ୟୁଜ୍): ସିଲ ହେଲା ପେଣ୍ଟାଗନ୍‌ ହୋଟେଲ । ସପ୍ତାହନ୍ତ ସଟ୍‌ଡାଉନରେ ହୋଟେଲ ଏବଂ ବାର ଖୋଲିଥିବାରୁ ହୋଟେଲକୁ ସିଲ କଲା ବିଏମ୍‌ସି । କମିଶନରେଟ୍‌ ପୋଲିସର ସୂଚନା ଆଧାରରେ ସିଲ୍‌ କଲା ବିଏମ୍‌ସି । ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ସିଲ ରହିବ ହୋଟେଲ । ଗତକାଲି ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପେଣ୍ଟାଗନ ହୋଟେଲରେ ହାଇପ୍ରୋଫାଇଲ୍‌ ଜୁଆ ଆଡ୍ଡା ଉପରେ ଚଢାଉ ହୋଇଥିଲା ।

ଲକ୍ଷ୍ମୀସାଗର ଥାନା, ସହିଦନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାର୍ଡର ମିଳିତ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ୩ ଯୁବତୀ ଥିଲେ । ସେମାନଙ୍କଠାରୁ ୨ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଥିଲା । ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ, ବିପୁଳ ପରିମାଣର ମଦ, ୧୮ଟି ମୋବାଇଲ ଜବତ କରିଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.