କେନ୍ଦ୍ର ସରକାର କମାଇଲେ ଏବେ ରାଜ୍ୟ ସରକାର କେତେ କମାଇବେ? ଖାଉଟିଙ୍କ ପ୍ରଶ୍ନ

କେନ୍ୟୁଜ୍(ବ୍ୟୁରୋ):  କମିଲା ତୈଳ ଦର । ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର । ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି । ପେଟ୍ରୋଲ ଠାରୁ ଡିଜେଲ ଉତ୍ପାଦ ଶୁଳ୍କ ଦୁଇ ଗୁଣା ହ୍ରାସ କରାଯାଇଛି । ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହୋଇଛି । ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ ରବି ଫସଲ ପାଇଁ ଚାଷୀଙ୍କୁ ସହାୟକ ହେବ ବୋଲି ସରକାର କହିଛନ୍ତି ।

ଗ୍ରାହକଙ୍କ ଆଶ୍ୱସ୍ତି ପାଇଁ ରାଜ୍ୟ ସରକାରମାନଙ୍କୁ ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ୍‌ ହ୍ରାସ କରିବାକୁ କୁହାଯାଇଛି । ଗତ ବର୍ଷ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୯ଟଙ୍କା ୯୮ ପଇସାରୁ ୩୨ ଟଙ୍କା ୯ ପଇସାକୁ ବୃଦ୍ଧି କରାଯାଇଥିଲା । ଏବେ ଉତ୍ପାଦ ଶୁଳ୍କ ହ୍ରାସ ଗ୍ରାହକଙ୍କୁ ସାମାନ୍ୟ ଆସ୍ୱସ୍ତି ଦେବ । ଗତ କିଛି ଦିନ ହେବ ନିୟମିତ ଭାବେ ତୈଳ ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.