ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ହେଲେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି

କନ୍ଧମାଳ ଜିଲ୍ଲା ବିଜେଡ଼ି ସଭାପତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଅଙ୍ଗଦ କହଁରଙ୍କ ନାମ ଘୋଷଣା କରିଛନ୍ତି ।

ଫୁଲବାଣୀ(କେନ୍ୟୁଜ) : କନ୍ଧମାଳ ଜିଲ୍ଲା ବିଜେଡ଼ି ସଭାପତି ହେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଅଙ୍ଗଦ କହଁରଙ୍କ ନାମ ଘୋଷଣା କରିଛନ୍ତି । ଏନେଇ ବିଧାୟକ ଖୁସି ବ୍ୟକ୍ତ ଜାହିର କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏବଂ ବିଜେଡିର ବରିଷ୍ଠ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରିଛନ୍ତି, ସେ ଏହି ଭରସାକୁ କାୟାମ ରଖିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି । କନ୍ଧମାଳ ବିଜେଡିର ସାଙ୍ଗଠନିକ ସ୍ଥିତିକୁ ଆହୁରି ସୁଦୃଢ କରାଯିବ । ସେ ପୂର୍ବରୁ ୪ ଥର ସରପଞ୍ଚ ଭାବେ, ଜିଲ୍ଲାପରିଷଦ ଭାବେ ଗୋଟିଏ ଥର, ବ୍ଲକ ଚେୟାରମ୍ୟାନ ଭାବେ ଗୋଟିଏ ଥର ଓ ଫିରିଙ୍ଗିଆ ବ୍ଲକର ବିଜେଡ଼ି ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.