ମୟୂରଭଞ୍ଜ: ଭାରସାମ୍ୟ ହରାଇ ଗଛରେ ପିଟିହେଲା ପଣସ ବୋଝେଇ ପିକଅପ୍ ଭ୍ୟାନ୍, ଡ୍ରାଇଭର ମୃତ

କରଞ୍ଜିଆ(କେନ୍ୟୁଜ୍):  ମର୍ମନ୍ତୁଦ ସଡକ ଦୁର୍ଘଟଣା।  ଦୁର୍ଘଟଣାରେ ପିକଅପ୍ ଚାଳକଙ୍କ ମୃତ୍ୟୁ । ଏପରି ଦୁଃଖଦ ଘଟଣା ଘଟିଛି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାରୁବିଲ ଗ୍ରାମ ନିକଟରେ । ଆଜି ସନ୍ଧ୍ୟା ୫ଟା ସମୟରେ କେନ୍ଦୁଝର ଜିଲ୍ଲା ମାଛଗୋଡ଼ ଅଞ୍ଚଳରୁ ଏକ ପଣସ ବୋଝେଇ ପିକଅପ୍ (ନଂ OR11E  7581)   ଠାକୁରମୁଣ୍ଡା  ଅଞ୍ଚଳକୁ ଯାଉଥିବା  ସମୟରେ ସାରୁବିଲ ନାଳ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା ।

pick up van accident in karanjia

ଫଳରେ ଘଟଣା ସ୍ଥଳରେ ହିଁ ପିକଅପ୍ ଡ୍ରାଇଭର ସିପୁନ ମହାନ୍ତଙ୍କ ମୃତ୍ୟୁ ହଇଥିବା ସୂଚନା  ମିଳିଛି । ତେବେ ଖବର ଲେଖିବା ପର୍ଯ୍ୟନ୍ତ  ଡ୍ରାଇଭର  ସେଠାରେ ଚାପି ହଇ ରହିଥିବା ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.