ଦୀର୍ଘଦିନରୁ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବ୍ୟକ୍ତି, ଯାଞ୍ଚ ପରେ ପ୍ରାଇଭେଟ୍‌ ପାର୍ଟରୁ ବାହାରିଲା ୫୯ ଫୁଟ୍‌ ଲମ୍ବା ଜିଆ !

ଥାଇଲାଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ୫୯ ଫୁଟ୍‌ ଲମ୍ବାର ଏକ ଜିଆ ବାହାର କରାଯାଇଛି।

ବ୍ୟକ୍ତି ଜଣକ ଦୀର୍ଘଦିନ ଧରି ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ପେଟ ବି ଫୁଲି ଯାଇଥିଲା। ଯେତେବେଳେ ସେ ଏ ନେଇ ସମସ୍ତଙ୍କୁ ଜଣାଇଥିଲେ, ତ ତାଙ୍କର ଅପରେଶନ କରାଯାଇ ଏହି ଜିଆକୁ ବାହାର କରାଯାଇଥିଲା। ଘଟଣାଟି ଏତେ ଅଜବ ଥିଲା ଯେ ଖୋଦ୍‌ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପେଟ ଭିତରୁ ଏତେ ଲମ୍ବାର ଜିଆକୁ ବ୍ୟକ୍ତିଙ୍କ ମଳଦ୍ୱାର ବାଟେ ବାହାର କରାଯାଇଥିଲା।

ଘଟଣାଟି ଘଟିଛି ଥାଇଲାଣ୍ଡର ନୋଙ୍ଗଖାଇ ଅଞ୍ଚଳରେ। ବ୍ୟକ୍ତି ଜଣକ ହସ୍ପିଟାଲରେ ନିଜର ଯାଞ୍ଚ କରାଇବା ପରେ ତାଙ୍କ ପ୍ରାଇଭେଟ୍‌ ପାର୍ଟରୁ ଏହି ଜିଆ ବାହାରିଥିଲା। ଏହା ଭୟଙ୍କର ଦେଖାଯାଉଥିବା ବେଳେ ଲମ୍ବ ଥିଲା ପାଖାପାଖି ୧୮ ମିଟର।

ଡାକ୍ତରଙ୍କ କହିବା ହେଲା, ଏହି ପରଜୀବୀ ଜିଆ କଞ୍ଚା ମାଂସ ଖାଇବା ପାଇଁ ପେଟ ଭିତରେ ପହଞ୍ଚିଥାଏ। ଏମାନେ ୩୦ରୁ ଅଧିକ ବର୍ଷ ଧରି ମନୁଷ୍ୟ ଭିତରେ ରହିପାରନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏମାନେ ଅଧିକ ଲମ୍ବା ସମୟ ପର୍ଯ୍ୟନ୍ତ ଜୀବିତ ରହିପାରୁ ନାହାନ୍ତି। କାରଣ, ଏମାନଙ୍କୁ ମାରିବା ପାଇଁ ହାଇ ପାଓ୍ଵାର ଔଷଧ ଉପଲବ୍ଧ ହେଲାଣି।

ତେବେ ଏହି ଜିଆକୁ ବ୍ୟକ୍ତିର ମଳଦ୍ୱାର ବାଟେ ବାହାର କରିବାରେ ଅଧିକ ସମୟ ଲାଗିଥିଲା ବୋଲି ଡାକ୍ତର କହିଛନ୍ତି। ବର୍ତ୍ତମାନ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କୁହାଯାଉଛି। ତାଙ୍କ ଖାଦ୍ୟପେୟକୁ ନେଇ ବି ସ୍ୱତନ୍ତ୍ର ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.