ମୋହନା: ପିକଅପ୍ ଭ୍ୟାନ୍ ଓଲଟି ୧୫ ଆହତ, ୩ ଗୁରୁତର

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ତାରିଣୀ ମନ୍ଦିର ସମ୍ମୁଖରେ ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏହି ଦୁର୍ଘଟଣାରେ ଭ୍ୟାନରେ ଯାତ୍ରା କରୁଥିବା ୨୦ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଛନ୍ତି l ଆହତ ମାନଙ୍କୁ ପ୍ରଥମେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ଥିବାରୁ ୩ଜଣଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି l ସୂଚନା ମୁତାବକ ମୋହନା ଥାନା ଦଇଲମା ଗ୍ରାମରୁ ୨୦ ଜଣ ଯାତ୍ରୀ କୌଣସି କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଲୁଦୁପଙ୍କା ଯାଉଥିବା ବେଳେ ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡିଥିଲା l ଦୁର୍ଘଟଣା ପରେ ଗାଡିଚାଳକ ଫେରାର ଥିବାବେଳେ ମୋହନା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି l

 

Leave A Reply

Your email address will not be published.