Below header

ମାଇନସ୍‌ ୫୨ ଡିଗ୍ରୀରେ ହେଲା ବରଫ ମାରାଥନ୍‌, ଧାବକଙ୍କ ଚେହେରାରେ ଜମିଗଲା ବରଫ ଆସ୍ତରଣ

କେବଳ ଭାରତ ନୁହେଁ, ଉତ୍ତର ଚୀନର ଗେହ୍ନେ ସହରରେ ମଧ୍ୟ ଏବେ ଜବରଦସ୍ତ ଥଣ୍ଡାର ପ୍ରକୋପ ଜାରି ରହିଛି। କିନ୍ତୁ ଏହା ସତ୍ତ୍ୱେ ଏଠାରେ ‘ଚାଇନା ପୋଲ୍‌ ଅଫ୍‌ କୋଲ୍ଡ ମାରାଥନ୍‌’ ଆୟୋଜନ କରାଯାଇଥିଲା।

ic6

ଏହି ମାରାଥନ୍‌ରେ ପାଖାପାଖି ୧୫୦୦ ଧାବକ ଅଂଶଗ୍ରହଣ କରିଥିଲେ। ଏହା କୌଣସି ସାଧାରଣ ମାରାଥନ୍‌ ନ ଥିଲା, ବରଂ ମାରାଥନ୍‌ ସମୟରେ ଏଠାକାର ତାପମାତ୍ରା ମାଇନସ୍‌ ୫୨ ଡିଗ୍ରୀ ସେଲ୍‌ସିୟସ୍‌ ଥିଲା। ଲୋକେ ଏଠାରେ ଜୀବନନାଶକ ଥଣ୍ଡାରେ ବି ରେସ୍‌ ଲଗାଇଥିଲେ।

ଯେତେବେଳେ ଧାବକମାନେ ଦୌଡ଼ ଆରମ୍ଭ କରିଥିଲେ, ସେତେବେଳେ ସେମାନଙ୍କ ମୁହଁରେ ବରଫ ପରସ୍ତ ଜମିଯାଇଥିଲା। ବରଫରୁ ବର୍ତ୍ତିବା ପାଇଁ ସମସ୍ତେ ନିଜ ନିଜ ମୁହଁକୁ ମାସ୍କରେ ଢ଼ାଙ୍କିଥିଲେ। ଆୟୋଜକଙ୍କ କହିବା ମୁତାବକ, ଯେଉଁ ଜାଗାରେ ରେସ୍‌ର ଆୟୋଜନ କରାଯାଇଥିଲା, ସେହି ଅଞ୍ଚଳ ବରଫ ମଇଦାନ ରୂପେ ଜଣାଯାଇଥାଏ।

ic67

ଚୀନ୍‌ରେ ଏହି କୋଲ୍ଡ ପୋଲ୍‌ ମାରାଥନ୍‌ ପ୍ରତ୍ୟେକ ବର୍ଷ ଆୟୋଜନ କରାଯାଇଥାଏ। ୨୦୧୯ ମାରାଥନ୍‌ରେ ସାମିଲ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ସ୍ଥାନୀୟ ଏବଂ ଅନ୍ୟ ଦେଶର ବାସିନ୍ଦା। ଗେହ୍ନେ ଚୀନ୍‌ର ସବୁଠାରୁ ଥଣ୍ଡା ସହର, ଏଠାରେ ଅଧିକତମ ତାପମାତ୍ରା ମାଇନସ୍‌ ୫୮ ଡିଗ୍ରୀ ପଯ୍ୟର୍ନ୍ତ ପହଞ୍ଚିଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.