ଯାଜପୁର: ଧାନମଣ୍ଡଳରେ ଆୟୋଜିତ ହେଲା ନିଆରା ପୂଜ୍ୟପୂଜା କାର୍ଯ୍ୟକ୍ରମ, ଶତାଧିକ ବୟୋଜ୍ୟେଷ୍ଠ ମାନଙ୍କୁ ବଣ୍ଟାଗଲା କମ୍ବଳ ଓ ସାଲ୍‌

ଯାଜପୁର(କେନ୍ୟୁଜ୍): ଆଲୋଡା ନୁହଁନ୍ତି ମାତା ପିତା । ସେମାନେ ହେଉଛନ୍ତି ଜୀବନ୍ତ ଭଗବାନ୍‌, ଚଳନ୍ତି ପ୍ରତିମା । ସେମାନଙ୍କୁ ଭଲ ପାଇବା, ଉପଯୁକ୍ତ ମର୍ଯ୍ୟଦା ଦେବା ସହ ବୟସର ଅପରାହ୍ନରେ ସମ୍ପୂର୍ଣ୍ଣ ଦାୟିତ୍ୱ ନେବା ହେଉଛି ଆମର କର୍ତ୍ତବ୍ୟ । ଏହି ବାର୍ତ୍ତା ଦେଇ ଯାଜପୁର ଜିଲ୍ଲା ଧାନମଣ୍ଡଳଠାରେ ଆୟୋଜିତ ହୋଇଛି ଏକ ନିଆରା ପୂଜ୍ୟପୂଜା କାର୍ଯ୍ୟକ୍ରମ ।

pujy puja1କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ବୟୋଜ୍ୟେଷ୍ଠ ମାନଙ୍କୁ କମ୍ବଳ ଓ ସାଲ୍‌ ବଣ୍ଟା ଯାଇଥିଲା । କିଟ୍‌ ବିଶ୍ୱବିଦ୍ୟାଳୟର ଅର୍ଥ ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଓ ସମାଜସେବୀ ସତ୍ୟ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଧାନମଣ୍ଡଳ ଗାଁରେ ଏଭଳି କାର୍ଯ୍ୟକ୍ରମ ପ୍ରତିବର୍ଷ ପାଳିତ ହୋଇଆସୁଛି । ନିଜ ବାପା ମାଆଙ୍କୁ ଭୁଲି ଯାଉଥିବା ଏବଂ ହତାଦାର କରୁଥିବା ବ୍ୟକ୍ତିମାନଙ୍କୁ ଉଚିତ୍‌ ମାର୍ଗକୁ ଆଣିବା ପାଇଁ ଏଭଳି କାର୍ଯ୍ୟକ୍ରମ ସହାୟକ ହେବ ବୋଲି କହିଛନ୍ତି ଯୋଗଦେଇଥିବା ଅତିଥିମାନେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.