Below header

ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି, ୨ ମୃତ; ୧୨ ଆହତ

ବ୍ରିଜରୁ ତଳକୁ ଭାରସାମ୍ୟ ହରାଇ ଖସିଲା ବରଯାତ୍ରୀ ଗାଡ଼ି। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ନିକଟରେ ଏହି ଦୁର୍ଘଟଣା ଘଟିଛି।

ଜୟପୁର (କେନ୍ୟୁଜ): ବ୍ରିଜରୁ ତଳକୁ ଭାରସାମ୍ୟ ହରାଇ ଖସିଲା ବରଯାତ୍ରୀ ଗାଡ଼ି। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ଗୁରୁତର ଓ ଆହତ ଦଳପୁର ଅଞ୍ଚଳର ହୋଇଥିବା ଜଣାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ କରୁଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.