Below header

ମରି ପଡିଛି ପାରା, କିନ୍ତୁ ଶୋଇଛି ବୋଲି ଭାବି ଶତ ଚେଷ୍ଟା କରି ଉଠାଉଛି ସାଥି ହେଲେ ଉଠୁନି

ଉମରକୋଟ (କେନ୍ୟୁଜ) : ଆଜିର ଆଧୁନିକ ଯୁଗରେ ମଣିଷ ମଣିଷ ମଧ୍ୟରେ ଉତ୍ତମ ସମ୍ପର୍କ ରହୁନି। ବାପା ମା ଙ୍କ ମୃତ୍ୟୁ ହେଲେ ଜନ୍ମ କଲା ପୁଅ ପଚାରୁ ନାହାଁନ୍ତି। ଏପରି କି ଅସହାୟ ବ୍ୟକ୍ତିର ମୃତ୍ୟୁ ଘଟିଲେ ଆମେ କେହି ପାଖକୁ ଯିବା, ସମବେଦନା ମଧ୍ଯ ଟିକେ ଦେଖାଇବା ପାଇଁ ପଛୁଘୁଞ୍ଚା ଦେଉଛନ୍ତି ଆଜିର ଲୋକେ। କିନ୍ତୁ ସେଠାରେ ବେଳେବେଳେ ପଶୁ ପକ୍ଷୀ ମାନେ ଏମିତି କିଛି କାମ କରିଦିଅନ୍ତି ଯାହା ମଣିଷ ମାନଙ୍କ ଆଖି ଖୋଲିବାକୁ ବାଧ୍ୟ କରାଏ। ଆମେ ସାଧାରଣତଃ ପୂର୍ବରୁ ଦେଖିଛନ୍ତି କୁକୁର କିମ୍ବା ମାଙ୍କଡ ମରିଗଲେ ତାର ଅନ୍ୟ ସାଥୀ ମାନେ ତାକୁ ଘେରିକି ରଖିଥାନ୍ତି। କିନ୍ତୁ ଏବେ ଏମିତି ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ଯାହାକୁ ଦେଖିଲେ ଆପଣଙ୍କ ମନ ଉଦାସ ହୋଇଯିବ।

ଆପଣ ଏ ଚିତ୍ରରେ ଦେଖିପାରୁଥିବେ ଯେ କେମିତି ଗୋଟିଏ ପକ୍ଷୀ ମରିବା ପରେ ତାର ସାଥୀ ତାକୁ ଉଠାଇବାକୁ ସତ ଚେଷ୍ଟା କରୁଛି ଏବଂ ଆଉ ଏକ ସାଥି ଖଣ୍ଡେ ଦୂରକୁ ଯାଇ ଘୁରି ବୁଲୁଛି କିନ୍ତୁ ଅସହାୟ ହୋଇ କିଛି କରି ପାରୁନାହିଁ। ଏପରି ଏକ ଦୃଶ୍ୟ ଉମରକୋଟ ସହର ଥାନ ନିକଟରେ ଘଟିଛି ଯାହାକୁ ଯିଏ ବି ଦେଖୁଛି ମନ ବ୍ୟଥିତ ହୋଇଯାଉଛି।

କୌଣସି ଏକ କାରଣରୁ ଗୋଟିଏ ପାରାର ମୃତ୍ୟୁ ଘଟିଛି। କିନ୍ତୁ ତାର ସାଥି ପାରାଟି ଏହା ବୁଝିବାକୁ ନାରାଜ ଯେ ତାର ବନ୍ଧୁ ଯାହା ସହିତ ସିଏ ବୁଲେ ଖାଏ, ସେ ଆଉ ଏ ଦୁନିଆରେ ନାହିଁ। ସାଥୀ ପାରାଟି ମୃତ ପାରାର ଚାରିପଟେ ବୁଲି ତାର ଥଣ୍ଟରେ ତାକୁ ଉଠାଇବାକୁ ଚେଷ୍ଟା କରୁଛି। ସେ ଜାଣି ନାହିଁ ଯେ ତାର ସାଥୀ ମରିଯାଇଛି । ସେ ଆଉ କେବେ ଉଠିବନି। ତଥାପି ସେ କାଳେ ଶୋଇପଡ଼ିଛି ଭାବି ଉଠାଇବା ପାଇଁ ଅନେକ ଚେଷ୍ଟା କରୁଛି।

ସେହି ରାସ୍ତା ଦେଇ ଲୋକ ଗାଡ଼ି ମୋଟର ନେଇ ଯାଉଛନ୍ତି କିନ୍ତୁ ତଥାପି ଏସବୁ ପ୍ରତି ଧ୍ୟାନ ନାହିଁ ତାର, ମନରେ ଗୋଟିଏ ଆଶା ସାଥି ପାରା ଏତେ ସମୟ ହେଲା ଶୋଇଛି କାହିଁକି। ଏହି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରୁଛି। ପାରାଟି ପକ୍ଷୀ ହେଲେ ମଧ୍ୟ ମାନବିକତାକୁ ହାରାଇନି। ଆଜିର ଯୁଗରେ ମଣିଷ ମାନଙ୍କ ପାଖରେ ମାନବିକତା ହଜି ଯାଉଥିବା ବେଳେ ଏହି ପାରା ଠାରୁ ବହୁତ କିଛି ଶିକ୍ଷା ଅର୍ଜନ କରିବାର ଅଛି ଆଜିର ଏହି ସ୍ୱାର୍ଥପର ମଣିଷକୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.