ପୁଣି ବଢୁଛି ଚାଇନା ଭୂତାଣୁ , ନୂଆ କରୋନା କେସକୁ ନେଇ ଚିନ୍ତାରେ ଚୀନ

ନୂଆଦିଲ୍ଲୀ : ଚୀନ୍‌ରେ ବଢ଼ୁଥିବା ନୂଆ କରୋନା କେସକୁ ନେଇ ପୁଣି ଘାରିଲାଣି ଚିନ୍ତା । ଦିନକୁ ଦିନ ଦୈନିକ ସଂକ୍ରମଣ ବଢ଼ୁଛି। ଗତ ୨୪ ଘଣ୍ଟାରେ ୩ହଜାର ୩ଶହଟି ନୂଆ କେସ ଆସିଛି । ସଂକ୍ରମଣ ରୋକିବା ଦିଗରେ ତମାମ ପ୍ରୟାସ ହେଉଥିଲେ ମଧ୍ୟ ଗତ କିଛି ଦିନ ହେଲା ଚୀନରେ କେସ୍‌ ରେକର୍ଡ ଭାଙ୍ଗୁଛି । ସେହିପରି ଗତ ୧୧ ତାରିଖରେ ୧୫ଶହ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଚୀନ୍‌ର ଚାଙ୍ଗ୍‌ଚୁନ୍‌ ସହରରେ ନୂଆ ଭାଇରସ୍‌ ବ୍ୟାପିବା ଆଶଙ୍କାରେ ଲକ୍‌ଡାଉନ୍‌ କରାଯାଇଛି । ଟେଷ୍ଟିଂକୁ ଜୋରଦାର କରାଯାଉଛି ।

ତିନିଟି ପର୍ଯ୍ୟାୟରେ ଟେଷ୍ଟ ହେଉଛି । ଅତ୍ୟାବଶ୍ୟକ କାରବାରକୁ ବାଦଦେଲେ ପରିବହନକୁ ମଧ୍ୟ ସାମୟିକ ସ୍ଥଗିତ ରଖାଯାଇଛି । କରୋନାର ଉତ୍ପତ୍ତି ସ୍ଥଳ ଚୀନରୁ ନୂଆ କରୋନା ଭାଇରସ କେସ୍‌ ଚିହ୍ନଟ ପରେ ସାରା ବିଶ୍ୱରେ ଛନକା ପଶିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.