Below header

ପିପିଲି ପଟ୍ଟନାୟକିଆ ଛକ ଟ୍ରିପଲ୍‌ ମର୍ଡର ଘଟଣା, ମାଷ୍ଟରମାଇଣ୍ଡ ସମେତ ୬ ଗିରଫ

ପିପିଲି(କେନ୍ୟୁଜ୍): ପିପିଲି ପଟ୍ଟନାୟକିଆ ଛକ ଟ୍ରିପଲ୍‌ ମର୍ଡର ଘଟଣାରେ ମାଷ୍ଟରମାଇଣ୍ଡ ସମେତ ୬ ଗିରଫ। ପୁରୀ ସଦର ପୋଲିସ ଅବିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି। ଏନେଇ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଏହି ଘଟଣାରେ ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିଲା । ପାରିବାରିକ ପୂର୍ବ ଶତ୍ରୁତାରୁ ତିନି ଜଣଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି।

cctvଜମିଜମାକୁ କେନ୍ଦ୍ରକରି ଗତ ମେ ୧ ତାରିଖରେ ସତ୍ୟବାଦୀ ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଗତ ୧୪ ତାରିଖରେ ସ୍ପଷ୍ଟ ଦିବାଲକୋରେ ପୁରୀ ଜିଲ୍ଲା ପିପିଲି ପଟ୍ଟନାୟକିଆ ଛକ ସ୍ଥିତ ସରଦେଇପୁର ଗାଁରେ ୩ଜଣଙ୍କୁ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ମୃତକମାନେ ଗୋଟିଏ ପରିବାରର ତିନି ଭାଇ ପଞ୍ଚୁ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା ଏବଂ କୃଷ୍ଣଚନ୍ଦ୍ର ବେହେରା। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.