ବଦଳିବ ସୁନ୍ଦରୀର ଠିକଣା, ମହାନଦୀ ୱାଇଲ୍ଡ ଲାଇଫ ଏନକ୍ଲୋଜରକୁ ସ୍ଥାନାନ୍ତର ହେବ ବାଘୁଣୀ

କେନ୍ୟୁଜ୍ : ବଦଳିବ ସୁନ୍ଦରୀର ଠିକଣା । ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀ ପାଇଁ ତିଆରି ହେବ ନୂଆ ଏନକ୍ଲୋଜର। ସାତକୋଶିଆ ଏନକ୍ଲୋଜରରୁ ମହାନଦୀ ୱାଇଲ୍‌ଡ ଲାଇଫ୍‌ ଡିଭିଜନକୁ ବାଘୁଣୀକୁ ସ୍ଥାନାନ୍ତର କରିବା ନେଇ ଚିନ୍ତା କରାଯାଉଛି। ପ୍ରକୃତି ଭବନରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି। ୨୫ ହେକ୍ଟର ଜାଗାରେ ତିଆରି ହେବ ଏହି ନୂଆ ଏନକ୍ଲୋଜର । ଏଥିପାଇଁ ଖର୍ଚ୍ଚ ହେବ ଅଢ଼େଇ କୋଟି ଟଙ୍କା। ଏଥିରେ ନାଳ, ପାହାଡ ଖୋଲ ଆଦି ପ୍ରାକୃତିକ ପରିବେଶ ନିର୍ମାଣ କରାଯିବ। ଏନକ୍ଲୋଜରରେ ରହି ସେ ଶୀକାର କରିବାକୁ ଭୁଲିଯାଇଥିବାରୁ ଜଙ୍ଗଲକୁ ନ ଛଡାଯାଇ ଏନକ୍ଲୋଜର ମଧ୍ୟରେ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି।

tigerଏନେଇ ଏନ୍‌ଟିସିଏ ଓ ୱାଇଲ୍‌ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ବିଶେଷଜ୍ଞ ଓଡ଼ିଶା ଆସିବେ । ପରବର୍ତ୍ତୀ ସମୟରେ ରାୟଗଡ଼ା କିମ୍ବା ନୟାଗଡ଼ ଜିଲ୍ଲାର ସାତକୋଶିଆ ଜଙ୍ଗଲକୁ ଯାଇପାରେ ବାଘୁଣୀ। ସାତକୋଶିଆରେ ବାଘ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ସୁନ୍ଦରୀକୁ ଅଣାଯାଇଥିଲା। ହେଲେ ସୁନ୍ଦରୀ ଆସିବା ପରେ ଲୋକେ ଭୟଭୀତ ହୋଇପଡିବାରୁ ତାକୁ ଜଙ୍ଗଲରୁ ନିଆଯାଇ ଏନ୍‌କ୍ଲୋଜରରେ ରଖାଯାଇଛି।

You might also like