Below header

ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ, ୩୩ଟି ଜିଲ୍ଲାର ୪୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଆସାମ: ଆସାମରେ ବନ୍ୟା ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଥିବା ବେଳେ ସରକାର ରେଡ ଆଲର୍ଟ ଜାରି କରିଛନ୍ତି । ବନ୍ୟାରେ ରାଜ୍ୟର ୩୩ଟି ଜିଲ୍ଲାର ୪୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ବାରପେଟା ଜିଲ୍ଲା। ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । ବର୍ଷା ଯୋଗୁ ବ୍ରହ୍ମପୁତ୍ର ସମେତ ୧୧ଟି ନଦୀ ଏବେବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ୍‌ ସମେତ ସେନା ସାମିଲ ହୋଇଛି । ପ୍ରଭାବିତ ଅଞ୍ଚଳର ୮୩ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବିପନ୍ନଙ୍କ ପାଇଁ ଖୋଲାଯାଇଛି ୧୮୩ ଟି ରିଲିଫ କ୍ୟାମ୍ପ ।

floodଅପର ଆସାମକୁ ସଡ଼କ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । କାଜିରଙ୍ଗା ଜାତୀୟ ଉଦ୍ୟାନର ପ୍ରାୟ ୯୫ ପ୍ରତିଶତ ଅଞ୍ଚଳ ବୁଡ଼ି ଯାଇଥିବାରୁ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । ଆସାମ ବନ୍ୟାରେ ପ୍ରଭାବିତ ହୋଇଛି ୯୦ ହଜାର ହେକ୍ଟରରୁ ଅଧିକ ଚାଷ ଜମି। ଏଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟା ପରିସ୍ଥିତି ନେଇ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ମୁକାବିଲା ପାଇଁ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିହାରରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ୯ଟି ଜିଲ୍ଲାର ୧୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ନେପାଳରେ ଅବିଶ୍ରାନ୍ତ ବର୍ଷା ଫଳରେ ୫ଟି ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.