କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଷ୍ଟାଫ୍ ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କୋରାପୁଟ(କେନ୍ୟୁଜ୍): କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟବନ୍ଦ ଆନ୍ଦୋଳନ । ସୁରକ୍ଷା ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଷ୍ଟାଫ୍ ନର୍ସ । ରାତିରେ ସର୍ଜରୀ ୱାର୍ଡରେ ଡ୍ୟୁଟିରେ ଥିବା ବେଳେ ପୋଲିସ ପୋଷାକରେ ଆସିଥିବା ୨ ଜଣ ସନ୍ଦିଗ୍ଧ ଷ୍ଟାପ୍‌ ନର୍ସଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହାର ବିଧିବଦ୍ଧ ତଦନ୍ତ ସହ ସିସିଟିଭି ଫୁଟେଜ ଯାଞ୍ଚ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନରତ ଷ୍ଟାଫ ନର୍ସ । ସେପଟେ ଘଟଣାର ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି କୋରାପୁଟ ଟାଉନଥାନା ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.