Below header

ପୁରୀ SCS ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଆତ୍ମହତ୍ୟା, ରୁମରୁ ସୁଇସାଇଡ ନୋଟ ଜବତ

ପୁରୀ (କେନ୍ୟୁଜ୍): ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ । ହଷ୍ଟେଲରେ ନିଜ ରୁମରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀଙ୍କ ଘର ବଳଙ୍ଗା ବିଦ୍ୟାଧରପୁର । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ମୃତ ଛାତ୍ରୀଙ୍କ ରୁମରୁ ସୁଇସାଇଡ ନୋଟ ଜବତ ହୋଇଛି ।

ଧନ ତୁମେ ଖୁସିରେ ରୁହ ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି । ତୁମେ ଯାହା ଚାହୁଁଥିଲ ସେଇୟା ହେଲା ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି । ପ୍ରେମରେ ଧୋକା କାରଣରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ ହେବ । ଅନ୍ୟପଟେ ଛାତ୍ରୀଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.