କାରଗିଲ୍ରେ ଯବାନମାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ଫଟୋ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନମାନଙ୍କ ସହ ଦୀପାବଳି ପାଳନ ପାଇଁ କାରଗିଲରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଯବାନମାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କୁ ନିଜ ପରିବାରର ଅଂଶ ବୋଲି କହିଥିଲେ। ଦୀପାବଳି ଅବସରରେ କାରଗିଲରେ ପିଏମ୍ ମୋଦି ଅସ୍ତ୍ରଶସ୍ତ୍ର ବିଷୟରେ ଅଧିକ ଧାରଣା ନେଇଥିଲେ ଏବଂ ଯବାନମାନଙ୍କ ସହ ଆଗାମୀ ସମସ୍ୟା ସମ୍ପର୍କରେ କଥା ହୋଇଥିଲେ।

ଯବାନମାନଙ୍କ ସହ ଭେଟିବାକୁ ଆସିଥିବା ପିଏମ୍ ମୋଦି ବହୁତ ଶାନ୍ତ ଥିବାର ଦେଖାଯାଇଥିଲେ। ଏହି ସମୟରେ ସେ ଏକ କ୍ୟାପ୍ ପିନ୍ଧିଥିଲେ ଏବଂ ତାଙ୍କ ଆଖି ଉପରେ ଏକ କୁଲ୍ ଚଷମା ମଧ୍ୟ ଥିଲା।

ମୋଦି କହିଛନ୍ତି କି, କାରଗିଲରେ ଆମ ସେନା ଆତଙ୍କର ଫଣାକୁ ଚକୁଟି ଥିଲା ଏବଂ ଦେଶର ଜିତ୍ରେ ଏମିତି ଦୀପାବଳି ପାଳନ ହୋଇଥିଲା କି, ଲୋକେ ଆଜି ମଧ୍ୟ ତାହାକୁ ମନେ ପକାଉଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କାରଗିଲରେ ଯବାନମାନଙ୍କ ସହ ବନ୍ଦେ ମାତରମ୍ ମଧ୍ୟ ଗାଇଥିଲେ।