ଆନ୍ତଃଜିଲ୍ଲା ଗହଣା ଲୁଟେରା ଗ୍ୟାଙ୍ଗର ୮ଜଣ ଗିରଫ, ୩୦ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଜବତ

ଆନ୍ତଃଜିଲ୍ଲା ଗହଣା ଲୁଟେରା ଗ୍ୟାଙ୍ଗ ଗିରଫ। ଲୁଟେରା ଗ୍ୟାଙ୍ଗର ୮ଜଣଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ । ଗିରଫଙ୍କ ମଧ୍ୟରେ ୨ଜଣ ବ୍ୟବସାୟୀ ଅଛନ୍ତି। ଏମାନେ ଲୁଟେରାଙ୍କ ଠାରୁ ଲୁଟ ଅଳଙ୍କାର କିଣୁଥିବା ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି କହିଛନ୍ତି। ଏମାନଙ୍କ ଠାରୁ ୩୦ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର ଜବତ ହୋଇଛି। ନୟାଗଡ଼ ଅଞ୍ଚଳର ଏହି ଲୁଟେରା ଗ୍ୟାଙ୍ଗ ବିଭିନ୍ନ ସମୟରେ ପଡ଼ୋଶୀ ଜିଲ୍ଲାରେ ମଧ୍ୟ ଲୁଟ କରିଥିବା ଜଣାପଡ଼ିଛି। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ଲୁଟ ମାମଲା ରହିଛି।

ଏହି ଗ୍ୟାଙ୍ଗରେ ପ୍ରାୟ କୋଡିଏ ଜଣ ଲୁଟେରା ରହିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ସାମଗ୍ରୀ କିଣିଥିବା ୨ ଜଣ ସୁନା ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗଞ୍ଜାମ,ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ଏମାନେ ବିଭିନ୍ନ ସ୍ଥାନରେ ଲୁଟ କରିଥିବା କହିଛନ୍ତି ଏସପି।

Leave A Reply

Your email address will not be published.