ଭାରତର ଦମ୍‌ଦାର ବିଜୟରେ ଖୁସିରେ ଝୁମି ଉଠିଲା ପୂରା ବଲିଉଡ୍‌! ଦେଖନ୍ତୁ ସେଲିବ୍ରିଟିମାନଙ୍କ ପ୍ରତିକ୍ରିୟା

ଗତକାଲି ପାକିସ୍ତାନ ବିପକ୍ଷରେ ଭାରତର ଦମ୍‌ଦାର ବିଜୟ ପରେ ସାରା ବିଶ୍ୱରେ ଥିବା ଭାରତୀୟ ଫ୍ୟାନ୍‌ମାନେ ଉତ୍ସବ ପାଳନ କରୁଛନ୍ତି। ଟିମ୍‌ ଇଣ୍ଡିଆର ଶାନ୍‌ଦାର ବିଜୟର ତୁରନ୍ତ ପରେ ବଲିଉଡ୍‌ ଷ୍ଟାରମାନେ ମଧ୍ୟ ଖୁସିରେ ଝୁମି ଉଠିଥିବାର ନଜର ଆସିଛନ୍ତି। ଅନେକ ସେଲିବ୍ରିଟି ନିଜର ଖୁସି ସୋସିଆଲ ମିଡିଆରେ ଲୋକଙ୍କ ସହିତ ସେୟାର କରିଛନ୍ତି। ସେପଟେ ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଦେଶର ଖୁସି ବ୍ୟକ୍ତି କରିବାକୁ ଯାଇ ଟ୍ଵିଟରରେ ଲେଖିଛନ୍ତି, ‘ବଧାଇ ହୋ ଟିମ୍‌ ଇଣ୍ଡିଆ’।

ସେହିପରି ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ବି ନିଜର ଡଗି ଜୟ ସହିତ କ୍ରିକେଟ୍‌ ଖେଳର ଆନନ୍ଦ ନେଉଥିବାର ଦେଖାଯାଇଥିଲା। ଶେଷ ବଲ୍‌ର ତୁରନ୍ତ ପରେ ସେ ସୋଫା ଉପରେ ଖୁସିରେ କୁଦି ପଡ଼ିଥିଲେ। ସେ ଭିଡିଓ ସେୟାର କରି ଲେଖିଥିଲେ, ‘ଇଣ୍ଡିଆ, ଇଣ୍ଡିଆ, ଇଣ୍ଡିଆ। ଅବିଶ୍ୱସନୀୟ ବିଜୟ, ହାପି ଦିଓ୍ଵାଲି…ଭଲ ଖେଳିଲା ପାକିସ୍ତାନ। ସବୁଠୁ ଭଲ ମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ଗୋଟିଏ। କିଙ୍ଗ୍‌ କୋହଲି’।

ଫରହାନ ଅଖତର, ବିରାଟ କୋହଲିଙ୍କର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ହ୍ଵାଟ ଏ ବସ୍‌। ବିରାଟ କୋହଲି ତୁମେ ବାସ୍ତବରେ ସୁନ୍ଦର’। ଏହିପରି ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ ମଧ୍ୟ ଟ୍ଵିଟ କରିଥିଲେ। ସେ ଲେଖିଥିଲେ, ‘ହ୍ଵାଟ୍‌ ଏ ଗେମ୍‌’।

ଗୀତିକାର ଜାଭେଦ୍‌ ଅଖତର ମଧ୍ୟ ଟ୍ଵିଟରରେ ଲେଖିଥିଲେ କି, ‘ବିରାଟ, ତୁମକୁ ସାତ୍‌ ଖୁନ୍‌ ମାଫ୍‌। ବହୁତ ବହୁତ ଧନ୍ୟବାଦ, ଜିତି ଚାଲ’। ସେହିପରି ରିତେଶ ଦେଶମୁଖ ଜଣେ ଦୃଢ଼ ଭାରତୀୟ ପ୍ରଶଂସକଙ୍କ ଭଳି ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ସେ ଲେଖିଥିଲେ କି, ‘ଆଜି ଆମେ ବିଶ୍ୱକପ୍‌ ହିଁ ଜିତି ଗଲୁ। ଜୟ ହିନ୍ଦ୍‌’।

 

View this post on Instagram

 

A post shared by VarunDhawan (@varundvn)

 

View this post on Instagram

 

A post shared by Farhan Akhtar (@faroutakhtar)