Below header

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବାକୁ ମିଳିଲା ଧମକ, ଜୀବନ ହାରିଲେ +୨ ଛାତ୍ରୀ

ଟାଙ୍ଗୀ(କେନ୍ୟୁଜ୍):ଏକ ତରଫା ପ୍ରେମରୁ ଗଲା ନାବାଳିକାଙ୍କ ଜୀବନ । ନିରାକାରପୁର ଥାନା ପଦ୍ମପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ । ଏକତରଫା ପ୍ରେମ କରି ବିଫଳ ହେବା ପରେ ଜଣେ ଯୁବକ ଓ ତାର ଭାଇ ଏବଂ ବାପା ମିଶି ନାବାଳିକାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏପରିକି ରାସ୍ତାରେ ମଧ୍ୟ ଛାତ୍ରୀଙ୍କୁ ହଇରାଣ କରୁଥିଲେ ।

ଗତକାଲି ଯୁବକ ଜଣକ ନାବାଳିକାଙ୍କୁ ହତ୍ୟା ଧମକ ଦେବା ସହ ତା ପାଖରେ ଥିବା ଫଟୋ ଓ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲା । ଏନେଇ ନିରାକାରପୁର ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର । ଅଭିଯୋଗ ପରେ ନିରାକାରପୁର ଥାନାରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପୋଲିସ ଅଭିଯୋଗକାରୀଙ୍କ ପରିବାରର ମହିଳାଙ୍କୁ ଥାନାରେ ଅଟକ ରଖିଥିବା ବେଳେ ପୁରୁଷମାନେ ଫେରାର ଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.