ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୬୩ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।


ସେହିଭଳି ବାଲେଶ୍ୱରରେ ୨, ବଲାଙ୍ଗୀରରେ ୧, କଟକରେ ୧୨, ଗଞ୍ଜାମରେ ୧, ଜଗତସିଂହପୁରରେ ୨, ଯାଜପୁରରେ ୧, କଳାହାଣ୍ଡିରେ ୨, ଖୋର୍ଦ୍ଧାରେ ୧୧, କୋରାପୁଟରେ ୧, ମୟୂରଭଞ୍ଜରେ ୩, ନବରଙ୍ଗପୁରରେ ୩, ନୂଆପଡ଼ାରେ ୩, ପୁରୀରେ ୪, ରାୟଗଡ଼ାରେ ୧, ସମ୍ବଲପୁରରେ ୨, ସୁନ୍ଦରଗଡ଼ରେ ୧୨ ଓ ଷ୍ଟେଟ ପୁଲରୁ ୨ ଜଣ ସଂକ୍ରମିତ ହୋଇଛନ୍ତି।

Also Read: ମୁଣ୍ଡ ବିନ୍ଧା ବଢ଼ାଇଛି ଚାଷୀ ଆତ୍ମହତ୍ୟା, ୮ ମାସ ଭିତରେ ଜୀବନ ହାରିଛନ୍ତି ୧୮୭୫ କୃଷକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.