ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

ଭୁବନେଶ୍ବର:  ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅପରାହ୍‌ଣ ୪ଟାରେ ଫଳାଫଳ ପ୍ରକାଶ କରାଯିବ । ଛାତ୍ରଛାତ୍ରୀମାନେ www.orissaresults.nic.inରେ ଲଗ୍‌ ଇନ କରି ରେଜଲ୍ଟ ଦେଖିପାରିବେ । ପରେ ଇ-ସ୍ପେସ ଜରିଆରେ ଶିକ୍ଷାନୁଷ୍ଠାନକୁ ଫଳାଫଳ ପଠାଯିବ । ଏବର୍ଷ ପ୍ରାୟ ୨ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଛନ୍ତି । ସେହିପରି ମଧ୍ୟ ଧନ୍ଦାମୂଳକ ପାଠ୍ୟକ୍ରମର ଫଳାଫଳ ବାହାରିବ ।

ଚଳିତ ବର୍ଷ ୭ହଜାର ୫ଶହ ଜଣ ଛାତ୍ରଛାତ୍ରୀ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେଇଛନ୍ତି । ଏଥର କରୋନା ମହାମାରୀ ପାଇଁ ଫଳାଫଳ ପ୍ରକାଶରେ ବିଳମ୍ବ ହୋଇଛି । ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାର୍ଥୀମାନେ ଏବେ ଫଳାଫଳକୁ ନେଇ ନାନା ଆଶା ଆଶଙ୍କାରେ ଅଛନ୍ତି । ପୂର୍ବରୁ ଅଗଷ୍ଟ ୧୨ ତାରିଖରେ ବିଜ୍ଞାନ ଓ ୧୯ ତାରିଖରେ ବାଣିଜ୍ୟର ପରୀକ୍ଷାଫଳ ବାହାରି ସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.