କରୋନା ସ୍ଥିତି ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଫିଡବେକ ନେଇଛନ୍ତି ମୋଦି । ଦେଶରେ ବଢି ଚାଲିଛି ସଂକ୍ରମଣ । କିଭଳି ସଂକ୍ରମଣକୁ ରୋକ୍ ଲଗାଯାଇପାରିବ ସେନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ରାଜ୍ୟ ସରକାରମାନେ କଣ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ଆଲୋଚନା ହୋଇଛି । ପୂର୍ବରୁ ଶନିବାର ଦିନ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ ମୋଦି।

ଦେଶରେ ସଂକ୍ରମଣରେ ଲାଗିଛି ସାମାନ୍ୟ ବ୍ରେକ୍ । ଗତକାଲି ଅପେକ୍ଷା ଆଜି ଚିହ୍ନଟ ହୋଇଛି ୧୧ ହଜାର କମ୍ କେସ୍ । ଗତ ୨୪ଘଣ୍ଟାରେ ୧ଲକ୍ଷ ୬୮ ହଜାର ୬୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ୨୭୭ ଜଣଙ୍କ ଜୀବନ ନେଇଛି ଭାଇରସ୍ । ମହାରାଷ୍ଟ୍ରରେ ୩୩ ହଜରୀ ମାମଲା, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ୧୯ ହଜାର, ତାମିଲନାଡ଼ୁରେ ୧୩ ହଜାର ଏବଂ କର୍ଣ୍ଣାଟକରେ ୧୧ ହଜାରରୁ ମାମଲା ବାହାରିଛି ।

ମୋଟ ପଜିଟିଭଙ୍କ ମଧ୍ୟରୁ ୫୮.୦୮ ପ୍ରତିଶତ ଏହି ୫ଟି ରାଜ୍ୟର । କେବଳ ମହାରାଷ୍ଟ୍ରରେ ୧୯. ୯୨ ପ୍ରତିଶତ । ପଜିଟିଭ ରେଟ୍ ୧୦.୬୪ପ୍ରତିଶତ । ଏପଟେ ଦେଶରେ ଓମିକ୍ରନ କେସ୍ ମଧ୍ୟ ବୃଦ୍ଧି ପାଇଛି। ୪ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏସବୁ ମଧ୍ୟରେ କରୋନାକୁ ମାତ ଦେବାକୁ ବୟସ୍କ ଓ ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ କୋଭିଡ୍ ବଟିକା ମୋଲନୁପିରାଭିର ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି କୋଭିଡ-୧୯ର ଗ୍ରୁପ୍‌ ଅଧ୍ୟକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.