ଆଜି ବଡ଼ ଭେଟି ଦେବେ ମୋଦି: ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଆଜି ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ଆଜି ଓଡି଼ଶାରୁ ଗଡି଼ବାକୁ ଯାଉଛି ତୃତୀୟ 'ବନ୍ଦେ ଭାରତ' ଟ୍ରେନ୍ । ଭୁବନେଶ୍ୱରରୁ ବିଶାଖାପାଟଣା ଗଡ଼ିବ ଟ୍ରେନ୍ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ଆଜି ଓଡି଼ଶାରୁ ଗଡି଼ବାକୁ ଯାଉଛି ତୃତୀୟ ‘ବନ୍ଦେ ଭାରତ’ ଟ୍ରେନ୍ । ଭୁବନେଶ୍ୱରରୁ ବିଶାଖାପାଟଣା ଗଡ଼ିବ ଟ୍ରେନ୍ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ମାଧ୍ୟମରେ ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ଏହା ସହ ରାଜ୍ୟରେ ୨୭୪ ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଆଜି ମୋଦି ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ସେଥିମଧ୍ୟରୁ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରେ ଚାଲିବ। ଖୋର୍ଦ୍ଧା,ବାଲୁଗାଁ ଓ ବ୍ରହ୍ମପୁର ଦେଇ ଏହା ବିଶାଖପଟନମ ଯିବ। ସପ୍ତାହକୁ ୬ ଦିନ ଚାଲିବା ବେଳେ କେବଳ ଶନିବାର ଏହା ଯାତ୍ରା କରିବ ନାହିଁ । ଗତ ବର୍ଷ ମେ’ରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିଥିଲା । ଏହା ପୁରୀରୁ ହାୱଡା ମଧ୍ୟରେ ଚଳାଚଳ କରୁଛି । ସେହିପରି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଗତ ବର୍ଷ ସେପ୍ଟେମ୍ବରରେ ଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.