ଶେଷ ପର୍ଯ୍ୟାୟରେ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି, ଇଲେକ୍ସନକୁ ନିରପେକ୍ଷ କରିବାକୁ ନିର୍ଦ୍ଦେଶ

ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କର । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ପର୍ଯ୍ୟବେକ୍ଷକଙ୍କୁ ECIଙ୍କ ଗୁରୁମନ୍ତ୍ର । ପର୍ଯ୍ୟବେକ୍ଷକମାନଙ୍କୁ ସେମାନଙ୍କ ଆଚରଣରେ କଠୋର କିନ୍ତୁ ନମ୍ର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ନୂଆଦିଲ୍ଲୀ (କେନ୍ୟୁଜ): ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କର । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ପର୍ଯ୍ୟବେକ୍ଷକଙ୍କୁ ECIଙ୍କ ଗୁରୁମନ୍ତ୍ର । ଦିଲ୍ଲୀ ବିଜ୍ଞାନ ଭବନରେ ହାଇବ୍ରିଡ ମୋଡରେ ଆୟୋଜିତ ବୈଠକରେ ଆଇଏଏସ, ଆଇପିଏସ୍ ଅଧିକାରୀଙ୍କ ସମେତ ଭାରତୀୟ ରାଜସ୍ବ ସେବା ଏବଂ ଅନ୍ୟ କେତେକ କେନ୍ଦ୍ରୀୟ ସେବାର ଅଧିକାରୀମାନେ ଯୋଗ ଦେଇଥିଲେ ।

ଆଗାମୀ ନିର୍ବାଚନ ପାଇଁ ପ୍ରାୟ ୯୦୦ ସାଧାରଣ ପର୍ଯ୍ୟବେକ୍ଷକ, ୪୫୦ ପୋଲିସ ପର୍ଯ୍ୟବେକ୍ଷକ ଏବଂ ୮୦୦ ବ୍ୟୟ ପର୍ଯ୍ୟବେକ୍ଷକ ମୋଟ ୨୧୫୦ ପର୍ଯ୍ୟବେକ୍ଷକ ମୁତୟନ ହେଉଛନ୍ତି । ପର୍ଯ୍ୟବେକ୍ଷକମାନଙ୍କୁ ସେମାନଙ୍କ ଆଚରଣରେ କଠୋର କିନ୍ତୁ ନମ୍ର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସମ୍ବେଦନଶୀଳ ଅଞ୍ଚଳରେ ସମୀକ୍ଷା କରିବାକୁ ସିଇସି କହିଛନ୍ତି । ସେମାନଙ୍କ ଗାଡ଼ିରେ ଜିପିଏସ ଟ୍ରାକିଂ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି । ପର୍ଯ୍ୟବେକ୍ଷକମାନଙ୍କୁ ସେମାନଙ୍କର ବାଧ୍ୟତାମୂଳକ କର୍ତ୍ତବ୍ୟ ସଚ୍ଚୋଟତାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.