Below header

ପିଏନବି ଠକେଇ ମାମଲା: ଅଭିଯୁକ୍ତ ନୀରଜ କୁମାର ଗିରଫ କଲା ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା

କେନ୍ୟୁଜ୍(ବ୍ୟୁରୋ):  ପିଏନବି ଋଣ ଠକେଇ ମାମଲାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ। ୬କୋଟି ୧୮ଲକ୍ଷ ଟଙ୍କାର ଲୋନ ମାମଲାରେ ଅଭିଯୁକ୍ତ ନୀରଜ କୁମାରଙ୍କୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା। ନୂଆଦିଲ୍ଲୀର ଉତ୍ତମ ନଗରରୁ ତାକୁ ୨୩ତାରିଖରେ ଗିରଫ କରାଯାଇଛି। ଦ୍ୱାରକା ଚିଫ୍‌ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରିବା ପରେ ଟ୍ରାନ୍‌ଜିଟ ରିମାଣ୍ଡରେ ଆଣିଛି ଭୁବନେଶ୍ୱର ଇଓଡବ୍‌ଲ୍ୟୁ।

୨୦୧୩ରୁ ୨୦୧୬ ମଧ୍ୟରେ ଅଭିଯୁକ୍ତ ନୀରଜ କୁମାର ଭୁବନେଶ୍ୱରର ସହିଗ ନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ କ୍ରେଡିଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ସେହି ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଅନ୍ୟତମ ମ୍ୟାନେଜର ବିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସହ ମିଶି ଠକେଇ କାରବାର କରିଥିଲେ। ୨୦୧୬ରେ ବ୍ୟାଙ୍କରୁ ଚାକିରି ଛାଡ଼ିବା ପରେ ନିଜକୁ ଭୁବନେଶ୍ୱର ବାପୁଜୀ ନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମ୍ୟାନେଜର ଭାବେ ପରିଚୟ ଦେଇ ବିରେନ୍ଦ୍ର ସହ ମିଶି ବହୁ ଲୋକଙ୍କୁ ଜାଲ କାଗଜପତ୍ର ମଧ୍ୟରେ ବ୍ୟାଙ୍କରୁ ଋଣ ପ୍ରଦାନ କରିଥିଲେ। ଫଳରେ ପିଏନବିକୁ ବହୁ କୋଟିର କ୍ଷତି ସହିବାକୁ ପଡ଼ିଛି। ପୂର୍ବରୁ ଏହି ଠକେଇ ମାମଲାରେ ଅଭିଯୁକ୍ତ ବିରେନ୍ଦ୍ର ପଟ୍ଟନାୟକଙ୍କୁ ଗିରଫ କରିଛି ଇଓଡବ୍‌ଲ୍ୟୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.