ଲୋକସଭାରେ ୪ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି ଓମ୍‌ ବିର୍ଲା

ନୂଆଦିଲ୍ଲୀ : ଲୋକସଭାରେ ୪ କଂଗ୍ରେସ ସାଂସଦ ହୋଇଛନ୍ତି ନିଲମ୍ବିତ । ଅଗଷ୍ଟ ୧୨ ପର୍ଯ୍ୟନ୍ତ ପୂରା ଅଧିବେଶନରୁ ନିଲମ୍ବନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଦରଦାମ ବୃଦ୍ଧିକୁ ନେଇ ଗୃହ ଭିତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିବାରୁ ନିଲମ୍ବିତ ହୋଇଛନ୍ତି ଏହି ସାଂସଦମାନେ। ନିଲମ୍ବିତ ସାଂସଦମାନେ ହେଉଛନ୍ତି ମଣିକମ୍ ଟାଗୋର, ଜ୍ୟୋତିମଣି, ରମ୍ୟା ହରିଦାସ ଓ ଟିଏନ୍ ପ୍ରତାପନ ।

ନିଲମ୍ବନ ନିର୍ଦ୍ଦେଶ ପୂର୍ବରୁ ସେମାନଙ୍କୁ ଚେତାବନୀ ନେଇଥିଲେ ବାଚସ୍ପତି ଓମ୍ ବିର୍ଲା। ଗୃହ ବାହାରେ ପ୍ଲାକାର୍ଡ ରଖିବାକୁ କହିଥିଲେ । ଅପରାହ୍ଣ ୩ଟା ପରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହେବ । କିନ୍ତୁ ଗୃହ ଭିତରେ ପ୍ଲାକାର୍ଡକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ଓମ୍ ବିର୍ଲା।

ଅପରାହ୍ଣ ୩ଟା ପରେ ପୁଣି ପ୍ଲାକାର୍ଡ ଧରି ଏମାନେ ଗୃହରେ ପ୍ରବେଶ କରିବା ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଏହା ପରେ ୪ ସାଂସଦଙ୍କୁ ନିଲମ୍ବନ କରିଥିଲେ ଓମ୍ ବିର୍ଲା । ଅନ୍ୟପଟେ ନିଲମ୍ବନ କରି ସାଂସଦମାନଙ୍କୁ ଧମକ ଦିଆଯାଉଛି ବୋଲି କହିଛି କଂଗ୍ରେସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.