ଦୀପିକା ଦାଶଙ୍କ କବିତା ପୁସ୍ତକ ‘ଅସ୍ତରାଗ’ ଉନ୍ମୋଚିତ

ଭୁବନେଶ୍ୱର, (କେନ୍ୟୁଜ୍‌) : କବୟିତ୍ରୀ ଦୀପିକା ଦାଶଙ୍କର ପ୍ରଥମ କବିତା ସଙ୍କଳନ ଅସ୍ତରାଗ ଉନ୍ମୋଚିତ ହୋଇଛି। ଏହି ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ରାଜେନ୍ଦ୍ର କିଶୋର ପଣ୍ଡା, ଓଡ଼ିଆ ସାହିତ୍ୟ ଏକାଡେମୀର ସଭାପତି ଡ଼. ହୃଷୀକେଶ ମଲ୍ଲିକ, ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବୟିତ୍ରୀ ମମତା ଦାଶ, ବିଶିଷ୍ଟ କଥାକାର ଆର୍ଯ୍ୟ ଯଜ୍ଞଦତ୍ତ ଏବଂ ବ୍ରହ୍ମପୁର ସାହିତ୍ୟ ପରିଷଦର ସଭାପତି ସୁଶାନ୍ତ କୁମାର ଦାଶ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ କବୟିତ୍ରୀ ସୁନନ୍ଦା ବି ମହାପାତ୍ର ସଂଚାଳନ କରିଥିଲେ।

ଏହି ସଭାରେ ବିଭିନ୍ନ ଜିଲ୍ଲାରୁ ବିଶେଷ ସାହିତ୍ୟ ପ୍ରତିଭାଧର ସୁରେନ୍ଦ୍ର ପାଣିଗ୍ରାହୀ, ପ୍ରମୋଦ ପ୍ରଧାନ, ଅନୁପ ମିଶ୍ର, ଜ୍ଞାନେନ୍ଦ୍ର କୁମାର ପଣ୍ଡା, ରଶ୍ମି ସାମଲ ଓ ଅନେକ ମାନ୍ୟଗଣ୍ୟ ଯୋଗ ଦେଇ ଅସ୍ତରାଗ ସମ୍ପର୍କରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.