ବାଲେଶ୍ୱର : ୭ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ

ବାଲେଶ୍ୱର(କେନ୍ୟୁଜ୍‌) : ବାଲେଶ୍ୱରରୁ ୭ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ ହୋଇଛନ୍ତି। ବାଲେଶ୍ୱର ସହଦେବଖୁଣ୍ଟା ମଡେଲ ଥାନା ପୋଲିସ ଏହି ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି।

ସେମାନଙ୍କଠାରୁ ୬ଟି ମୋବାଇଲ, ୫ଟି ବାଇକ୍, ଦୁଇଟି ଖଣ୍ଡା, ଖେଳଣା ବନ୍ଧୁକ, ଟାବଲେଟ ଓ ଟଙ୍କା ଜବତ କରାଯାଇଛି। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ୧୦ ଅଧିକ ଡକାୟତି ମାମଲା ରହିଛି ।

ଏହି ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରେ ଛିନତାଇ କରିବା ସହ ଲୋକଙ୍କ ପାଖରୁ ଡକାୟତି କରିଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି କହିଛନ୍ତି।

ଗତ ଏକ ତାରିଖରେ ରେମୁଣା ଗୋଲେଇ ସ୍ଥିତ ଆଇଡ଼ିଏଫସି ଫାଷ୍ଟ ବ୍ୟାଙ୍କ କର୍ମଚାରୀ ପ୍ରତାପ କୁମାର ବାରିକ ବୁଆଁଳ ଗାଁରୁ ଫେରୁଥିବା ବେଳେ, ନହରପାଟଣା ପୋଲ ନିକଟରେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ଭୁଜାଲି ଓ ବନ୍ଧୁକ ଦେଖାଇଥିଲେ।

ତାଙ୍କ ନିକଟରୁ ତିନିହଜାର ଟଙ୍କା ସହ ମୋବାଇଲ ଫୋନ, ଟାବଲେଟ, ପେନଡ୍ରାଇଭ ଲୁଟି ନେଇଥିଲେ। ଏନେଇ ସହଦେଖୁଣ୍ଟା ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା। ବିଭିନ୍ନ ସ୍ଥାନରେ ଚଢଉ କରି ପୋଲିସ ଏମାନଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.