ବ୍ୟକ୍ତିଙ୍କ ଅଜବ ସଉକ, ଝିଅ ମାନଙ୍କ ଦୁର୍ଗନ୍ଧ ମୋଜା କିଣିବାରେ ମାସକୁ ଖର୍ଚ୍ଚ କରୁଛନ୍ତି ହଜାର ହଜାର ଟଙ୍କା….

ଦୁର୍ଗନ୍ଧ ବାହାରୁଥିବା ଅପରିଷ୍କାର ମୋଜା କାହାକୁ ବା ପସନ୍ଦ । ଯାହାର ପାଦରୁ ଅଜବ ଦୁର୍ଗନ୍ଧ ବାହାରିଥାଏ ସମସ୍ତେ ନିଜକୁ ସେପରି ବ୍ୟକ୍ତି ମାନଙ୍କ ଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥାନ୍ତି । ଶୁଣି ଆଶ୍ଚର୍ଯ୍ୟ ହେବେ ଏମିତି ଜଣେ ବ୍ୟବସାୟୀ ଅଛନ୍ତି ଯାହାଙ୍କୁ ଏହି ଦୁର୍ଗନ୍ଧ କରୁଥିବା ମୋଜା ଗୁଡିକ ଖୁବ ଭଲ ଲାଗିଥାଏ । ତାଙ୍କୁ ଏତେ ପସନ୍ଦଯେ ମାସକୁ ଏବାବଦରେ ସେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ବି ପଛାନ୍ତିନାହିଁ । ମିଳିଥିବା ଖବର ଅନୁଯାୟୀ, ୟୁନାଇଟେଡ଼ କିଙ୍ଗଡମର ହଲ ନାମକ ଏକ ସହରରେ ବସବାସ କରୁଥିବା ଏହି ବ୍ୟବସାୟୀ ଜଣଙ୍କର ହିଁ ଏମିତି ଏକ ଅଜବ ସଉକ ଅଛି । ଏହି ବ୍ୟକ୍ତି ଜଣଙ୍କ ନିଜ ଗୁପ୍ତ ନାଁ ମିଷ୍ଟର ଡ଼ି ରଖିଥିବା ବେଳେ ନିଜ ପ୍ରକୃତ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରିନାହାନ୍ତି । ଏକ ସାକ୍ଷାତ୍କାର ସମୟରେ ସେ କହିଛନ୍ତିକି, ତାଙ୍କୁ ଝିଅ ମାନଙ୍କ ଦୁର୍ଗନ୍ଧ ଯୁକ୍ତ ମୋଜା ଖୁବ ପସନ୍ଦ । ତାଙ୍କୁ ଏକ ପ୍ରକାର ଆକର୍ଷିତ କରିଥାଏ ଏହି ସବୁ ମୋଜା ।

dirty socks
image credit: Navbharat times

 

ନିଜେ ସ୍ୱୀକାର କରିଛନ୍ତିଯେ, ପ୍ରତିମାସ ଏବାବଦରେ ସେ ପାଖାପାଖି ୨୦୦ ୟୁରୋ ଖର୍ଚ୍ଚ କରିଥାନ୍ତି । ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ୧୭ ହଜାର ୩୩୮ ଟଙ୍କା ହେବ । ଆଉ ମଜା କଥା ହେଉଛି ସେ ଏହା ବି କହିଛନ୍ତି, ତାଙ୍କ ମାନସିକ ସ୍ଥିତି ସମ୍ପୂର୍ଣ୍ଣ ରୂପେ ଠିକ ଅଛି । କେବଳ ନିଜ ସଉକ ମେଣ୍ଟାଇବା ପାଇଁ ହିଁ ସେ ଏହି କାମ କରୁଛନ୍ତି । ମିଷ୍ଟର ଡ଼ିଙ୍କ ଅନୁଯାୟୀ ସେ ଝିଅ ମାନଙ୍କ ମୋଜାକୁ ଶୁଙ୍ଘିଥାନ୍ତି । କେବେ କେବେ ତାଙ୍କୁ ଏତେ ପସନ୍ଦ ଆସିଥାଏ ଯେ ସେ ଏସବୁକୁ ନିଜ ପାଟି ଭିତରେ ପଶେଇ ଦେଇଥାନ୍ତି । ବିଶେଷ କରି ୨୧
ରୁ ଆରମ୍ଭ କରି ୩୮ ବର୍ଷୀୟା ମହିଳାଙ୍କ ମୋଜା କିଣିବାକୁ ଚେଷ୍ଟା କରନ୍ତି ମିଷ୍ଟର ଡ଼ି । ଆଉ ସେଲିବ୍ରିଟି ମାନଙ୍କ ମୋଜା ପାଇଁ ଅଧିକ ଟଙ୍କା ଦେଇଥାନ୍ତି ମିଷ୍ଟର ଡ଼ି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.