ବଡ଼ଭାଇର ଫାର୍ସା ଚୋଟରେ ସାନଭାଇର ମୃତ୍ୟୁ: ଅଭିଯୁକ୍ତ ଭାଇ ଓ ତାର ସହଯୋଗୀକୁ ଗିରଫ କଲା ପୋଲିସ

ଭଞ୍ଜନଗର(କେନ୍ୟୁଜ୍): ବଡ଼ଭାଇର ଫାର୍ସା ଚୋଟରେ ସାନଭାଇର ମୃତ୍ୟୁ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଅଭିଯୁକ୍ତ ବଡ଼ଭାଇ ଓ ତାର ଜଣେ ସହଯୋଗୀ କୁ ଗିରଫ କରିଛି ପୋଲିସ । ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଭାମଶିଆଳି ପଞ୍ଚାୟତ ଅନ୍ତର୍ଗତ ଶତ୍ରୁଶୋଲ ଗାଁରେ ଘଟିଥିଲା ଏହି ଘଟଣା। ଗତ ରବିବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ବଡ଼ଭାଇ ମନୋଜ ନାୟକ ଏବଂ ସାନଭାଇ କାମରାଜୁ ନାୟକଙ୍କ ମଧ୍ୟରେ ଗଲା କିଛି ଦିନ ‌ହଲା ଗଣ୍ଡଗୋଳ ଲାଗି ରହିଥିଲା । ଏହାକୁ କେନ୍ଦ୍ରକରି ବଡ଼ଭାଇ ମନୋଜ ଏବଂ ଜଣେ ସହଯୋଗୀ ବସନ୍ତ ସ୍ବାଇଁ ଉଭୟେ ମିଶି ସାନଭାଇ କାମରାଜୁକୁ ଫାର୍ସା ଓ କାତିରେ ନିର୍ମମ ଭାବେ ହାଣି ଥିଲେ। ଗୁରୁତର ଅବସ୍ଥାରେ ନିକଟସ୍ଥ ପୋଲସରା ମେଡିକାଲରେ କାମରାଜୁଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ଉଭୟ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ପରେ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ଅଭିଯୁକ୍ତ ବଡ଼ଭାଇ ମନୋଜ ଏବଂ ସହଯୋଗୀ ବସନ୍ତକୁ ଗିରଫ କରିଛି ବୁଗୁଡ଼ା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ  ଫାର୍ସା ଓ କାତିକୁ ଜବତ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.