ଝିଅ ଫଟୋ ସେୟାର କରିବା ନେଇ ମିଡିଆ ହାଉସ୍ ଉପରେ ରାଗିଗଲେ ଅନୁଷ୍କା ଶର୍ମା, କହିଲେ ଅନ୍ୟଠୁ କିଛି ଶିଖନ୍ତୁ
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଝିଅ ଭାମିକାଙ୍କୁ ମିଡିଆ ଠାରୁ ଦୂରେଇ ରଖନ୍ତି। କେବେ ବି ଭାମିକାଙ୍କର ଫଟୋକୁ ସୋସିଆଲ ମିଡିଆରେ ସେୟାର କରନ୍ତି ନାହିଁ। ଏପରି କି ଫଟୋଗ୍ରାଫରଙ୍କୁ ନିଜ ଝିଅର ଫଟୋ ସେୟାର କରିବାକୁ ମନା କରିଦେଇଛନ୍ତି। କିନ୍ତୁ ଝିଅର ଫଟୋ ସେୟାର କରିବାକୁ ନେଇ ଅନୁଷ୍କା ଏକ ମିଡିଆ ହାଉସ୍କୁ ଅପମାନ ଦେଇଛନ୍ତି।
ଏକ ମିଡିଆ ହାଉସ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାମିକାଙ୍କ ଫଟୋ ସେୟାର କରିଥିଲା। ଯେଉଁଥିରେ ବିରାଟ କୋହଲି ଏବଂ ଅନୁଷ୍କା ଝିଅ ଭାମିକା ସହିତ ମାଳଦ୍ୱୀପରୁ ଫେରୁଥିଲେ। ଏହି ଫଟୋକୁ ପରେ ମିଡିଆ ହାଉସ ଠିଲିଟ୍ କରିଦେଇଥିଲା। ଯାହାକୁ ନେଇ ଅନୁଷ୍କା ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଥିଲେ ।
ଅନୁଷ୍କା ପୋଷ୍ଟ କରି କମେଣ୍ଟ କରିଛନ୍ତି, ମିଡିଆ ହାଉସକୁ ଲାଗୁଛି ସେମାନେ ଅଭିଭାବକଙ୍କୁ ଅଧିକ ଜାଣିଛନ୍ତି ପିଲା ପାଇଁ କ’ଣ ଉଚିତ। ଅନେକ ଥର ଅନୁରୋଧ କରାଯିବା ପରେ ମଧ୍ୟ ଫଟୋ କ୍ଲିକ କରି ଏହାକୁ ପୋଷ୍ଟ କରାଯାଉଛି। ଅନ୍ୟ ମିଡିଆ ହାଉସ୍ ଏବଂ ପାପାରାଜୀଙ୍କ ଠାରୁ କିଛି ଶିଖନ୍ତୁ।
ଭାମିକାଙ୍କ ପୋଷ୍ଟ ହୋଇଥିବା ଫଟୋରେ ଅନୁଷ୍କା ଏବଂ ବିରାଟଙ୍କୁ ମଧ୍ୟ ହାଶ୍ଟ୍ୟାଗ୍ କରାଯାଇଥିଲା। ଇନଷ୍ଟାଗ୍ରାମରେ ହ୍ୟାଶ୍ଟ୍ୟାଗ ଅନୁଷ୍କା ଶର୍ମା, ବିରାଟ କୋହଲ ଏବଂ ଭାମିକା କୋହଲି ନାମରେ ହୋଇଥିବା ପୋଷ୍ଟକୁ ହିଡେନ କରାଯାଇଛି। ଅନେକ ଫ୍ୟାନ୍ସକୁ ଲାଗୁଛି ଯେ, ପୋଷ୍ଟରେ ଭାମିକାଙ୍କ ଚେହେରା ଥିଲା ତେଣୁ ଏମିତି କରାଯାଇଛି।
ଅନୁଷ୍କା ଏବଂ ବିରାଟ ନିକଟରେ ମାଳଦ୍ୱୀପ ଯାଇଥିଲେ। ଏହି ସମୟର ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଅନୁଷ୍କାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି।