ଦୁର୍ବଳ ଅନୁଭବ କରୁଛି ସାହସୀ ପୁଅ ରାହୁଲ, ସକାଳୁ ଉଠି ଖାଇଥିଲା ଜଳଖିଆ
କେନ୍ୟୁଜ୍(ବ୍ୟୁରୋ):ହାରିଲା ମୃତ୍ୟୁ, ଜିତିଲା ଜୀବନ । ବୋରେଓ୍ଵଲରୁ ଉଦ୍ଧାର ହେବା ପରେ ଛତିଶଗଡ଼ର ବିଳାସପୁର ମେଡିକାଲରେ ଚାଲିଛି ରାହୁଲଙ୍କ ଚିକିତ୍ସା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ମେଡିକାଲ ଟିମ ନଜର ରଖିଛନ୍ତି । ସକାଳୁ ସକାଳୁ ଉଠିଥିଲେ ସାହସୀ ପୁଅ ରାହୁଲ । ଆଜି ସକାଳେ ରାହୁଲ ଜଳଖିଆ ଖାଇଥିଲେ । ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିବା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସୂଚନା ଦେଇଛନ୍ତି ।
ଛତିଶଗଡ଼ ଜାଞ୍ଜଗିରି-ଚାମ୍ପା ଜିଲ୍ଲାର ପିହରିଡ୍ ଗାଁରେ ବୋରେଓ୍ଵଲରେ ଖସିପଡିଥିଲେ ରାହୁଲ । ୫ ଦିନ ପରେ ବୋରୱେଲ୍ ପାର୍ଶ୍ୱରେ ସୁଡଙ୍ଗ କରି ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା। ୧୦୪ ଘଣ୍ଟାର ଅପରେସନ ପରେ ଗତକାଲି ବିଳମ୍ବିତ ରାତିରେ ବୋରେଓ୍ଵଲରୁ ଉଦ୍ଧାର ହୋଇଥିଲେ ରାହୁଲ । ୫ ଦିନ ପରେ ୮୦ ଫୁଟ୍ ବୋରେଓ୍ଵଲ୍ ଭିତରୁ ବାହାରକୁ ଆସିଥିଲେ । ଶୁକ୍ରବାର ୪ଟା ପରଠୁ ବୋରେଓ୍ଵଲ୍ ଭିତରେ ଥିଲେ ରାହୁଲ । ଉଦ୍ଧାର କାମରେ ଏନଡିଆରଏଫ୍, ଏସଡିଆରଏଫ୍ ସହ ସେନା ସାମିଲ ଥିଲେ ।