ଗାଧୋଇବା ବେଳେ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଗଲେ ଯୁବକ, ବରୀରୁ ପୁରୀ ବୁଲିବାକୁ ଆସିଥିଲେ

ପୁରୀ(କେନ୍ୟୁଜ୍):ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ। ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସି ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବାବେଳେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସ୍ମୃତିରଞ୍ଜନ ସାହୁ ବୋଲି ଜଣାପଡିଛି । ସ୍ମୃତିରଞ୍ଜନ ଚାରି ଜଣ ସାଙ୍ଗଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ପରେ ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇଥିଲେ। ଗାଧୋଇବା ବେଳେ ସ୍ମ୍‌ତିରଞ୍ଜନ  ବୁଡିଯାଇଥିଲେ।  ତାଙ୍କୁ ତୁରନ୍ତ  ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।