ମୁମ୍ବାଇବାସୀଙ୍କୁ ମିଳିବ ଆଶ୍ୱସ୍ତି, ଖୁବଶୀଘ୍ର ହୋମ ଡେଲିଭରୀ ହେବ ସିଏନ୍‌ଜି

ମୁମ୍ବାଇରେ ଖୁବଶୀଘ୍ର ଘରକୁ ମିଳିବ ସିଏନଜି। ଉର୍ଜା ବତରଣ ଷ୍ଟାର୍ଟଅପ୍‌ ‘ଦ ଫ୍ୟୁଏଲ ଡେଲିଭରୀ’ ମହାନଗର ଗ୍ୟାସ ଲିମିଟେଡ୍‌ ସହିତ ଏକ ସ୍ୱାକ୍ଷର କରିଛି। ଯାହା ଅଧିନରେ ସହରରେ ମୋବାଇଲ ସିଏନଜି ଷ୍ଟେସନ ସ୍ଥାପନା କରାଯିବ ବୋଲି କୁହାଯାଇଛି। ଆଉ ଏହା ସାହାଯ୍ୟରେ ଖୁବଶୀଘ୍ର ଗ୍ରାହକଙ୍କୁ ଘରକୁ ହୋମ ଡେଲିଭରୀ ହେବ ଇନ୍ଧନ।

ଷ୍ଟାର୍ଟଅପ୍‌ କମ୍ପାନୀ ଏକ ବୟାନରେ କହିଛି କି, ଏହି ସେବା ୨୪ ଘଣ୍ଟା ଏବଂ ପ୍ରତିଦିନ ଉପଲବ୍ଧ ରହିବ। ଏହାଦ୍ୱାରା ସିଏନଜି ଦ୍ୱାରା ଚାଲିଥିବା ଅଟୋରିକ୍ସା, କ୍ୟାବ, ବ୍ୟକ୍ତିଗତ ଏବଂ ବାଣିଜ୍ୟକ ବାହାନ, ସ୍କୁଲ ବସ୍‌ ଏବଂ ଅନ୍ୟ ବାହାନ ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରାଯିବ। ଏହି ସେବାର ଆରମ୍ଭ ହେଲେ ଆଉ ଗ୍ରାହକଙ୍କୁ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡିବ ନାହିଁ।

ଷ୍ଟାର୍ଟଅପ୍‌ କମ୍ପାନୀ କହିବା ମୁତାବକ, ମୁମ୍ବାଇରେ ଦୁଇଟି ମୋବାଇଲ ସିଏନଜି ଷ୍ଟେସନ ଚାଲିବା ପାଇଁ ମହାନଗର ଗ୍ୟାସ ଲିମିଟେଡ୍‌ରୁ ମଞ୍ଜୁରୀ ମିଳିଯାଇଛି। ଏହି ସେବା ଆଗାମୀ ୩ ମାସ ମଧ୍ୟରେ ମୁମ୍ବାର ମହାନଗରୀରେ ଆରମ୍ଭ ହେବ। ଧୀରେ ଧୀରେ ଅନ୍ୟ ସହରରେ ମଧ୍ୟ ଏହି ସେବା ଆରମ୍ଭ ହେବ।

cng
photo credit: DNA India

ସୂଚନାଯୋଗ୍ୟ ଯେ ଦେଶର ସବୁଠୁ ବଡ଼ ଇନ୍ଧନ କମ୍ପାନୀ ଇଣ୍ଡିଆନ୍‌ ଅଏଲ ୨୦୧୮ ସେପ୍ଟେମ୍ବର ମାସରେ ଏକ ମୋବାଇଲ ଡିସ୍‌ପେନ୍ସ ମାଧ୍ୟମରେ ଡିଜେଲର ହୋମ୍‌ ଡେଲିଭରି ଆରମ୍ଭ କରିଥିଲା। ତେବେ ଏହି ସେବା କେତେକ ସ୍ୱତନ୍ତ୍ର ସହରରେ ଉପଲବ୍ଧ ଅଛି।

ଏବେ ଦିଲ୍ଲୀରେ ସିଏନ୍‌ଜି ଦାମ୍‌ କିଲୋ ପ୍ରତି ୭୩ ଟଙ୍କା ୬୧ ପଇସା ହୋଇଛି। ସେହିପରି ନୋଏଡ଼ାରେ ୭୬.୧୭ ଟଙ୍କା ଓ ଗୁରୁଗ୍ରାମ୍‌ରେ ୮୧.୯୪ ଟଙ୍କା ହୋଇଛି। କେବଳ ଦିଲ୍ଲୀରେ ନୁହେଁ, ଦିଲ୍ଲୀ ବାହାରେ ମଧ୍ୟ ଇନ୍ଦ୍ରପ୍ରସ୍ତ ଗ୍ୟାସ୍‌ ଲିମିଟେଡ୍‌ ପକ୍ଷରୁ ସିଏନ୍‌ଜି ଦାମ୍‌ ବୃଦ୍ଧି କରାଯାଇଛି। ହରିୟାଣାର ରେଓ୍ଵାଡ଼ିରେ ସିଏନ୍‌ଜି କିଲୋଗ୍ରାମ୍‌ ପ୍ରତି ୮୪.୦୭ ଟଙ୍କାରେ ବିକ୍ରି ହେଉଛି। ସେହିପରି କରନାଲ ଓ କୈଥଲରେ କିଲୋଗ୍ରାମ୍‌ ପ୍ରତି ୮୨.୨୭ ଟଙ୍କା, କାନପୁର, ହମିରପୁର ଓ ଫତେହପୁରରେ କିଲୋଗ୍ରାମ୍‌ ପ୍ରତି ୮୫.୪୦ ଟଙ୍କା, ଆଜମେର, ପାଲୀ ଓ ରାଜସମନ୍ଦରେ କିଲୋଗ୍ରାମ୍‌ ପ୍ରତି ୮୩.୯୯ ଟଙ୍କାରେ ସିଏନ୍‌ଜି ବିକ୍ରି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.