ଗତକାଲି ଦୁର୍ଘଟଣା ଘଟାଇ ଫେରାର ହୋଇଥିଲେ, ଆଜି ବାନ୍ଧିଲା ପୋଲିସ

ଦୁର୍ଘଟଣା ଘଟାଇବା ପରେ ଗାଡି ଛାଡି ପଳାଇଥିଲେ । ଗତକାଲି ରାତିରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢୋ ଅଞ୍ଚଳରେ ଘଟିଥିଲା ଦୁର୍ଘଟଣା । ଅଭିଯୁକ୍ତ ରାଜେଶ ବେହେରାଙ୍କ ଗାଡି ଧକ୍କାରେ ରବୀନ୍ଦ୍ର ପାତ୍ରଙ୍କ ମୃତ୍ୟୁ ହୋଇଥିଲା ।

ମୟୂରଭଞ୍ଜ(କେନ୍ୟୁଜ୍): ଦୁର୍ଘଟଣା ପରେ ଫେରାର ହୋଇଥିବା ଯୁବକ ଗିରଫ । ଦୁର୍ଘଟଣା ଘଟାଇବା ପରେ ଗାଡି ଛାଡି ପଳାଇଥିଲେ । ଗତକାଲି ରାତିରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢୋ ଅଞ୍ଚଳରେ ଘଟିଥିଲା ଦୁର୍ଘଟଣା । ଅଭିଯୁକ୍ତ ରାଜେଶ ବେହେରାଙ୍କ ଗାଡି ଧକ୍କାରେ ରବୀନ୍ଦ୍ର ପାତ୍ରଙ୍କ ମୃତ୍ୟୁ ହୋଇଥିଲା ।

ପ୍ରତିବାଦରେ ସ୍ଥାନୀୟ ଲୋକ ଗାଡିରେ ନିଆଁ ଲଗାଇଦେଇଥିଲେ। ଏପରିକି ପୋଲିସକୁ ୭ ଘଣ୍ଟା ଧରି ଅଟକ ରଖିଥିଲେ ଗ୍ରାମବାସୀ । କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ପୋଲିସକୁ ଛାଡିଥିଲେ । ପରେ ଉଦଳା ପୋଲିସ ଅଭିଯୁକ୍ତ କପ୍ତିପଦାରୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.