Below header

ଖାକିରେ ଦାଗ : ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ (କେ ନ୍ୟୁଜ୍): ପୋଲିସ ଖାକିରେ ଦାଗ। କନଷ୍ଟେବଳ ନାଁରେ, ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ। ଶେଷରେ ନ୍ୟାୟ ପାଇଁ ଥାନା ଆଗରେ ଧାରଣାରେ ବସିଛନ୍ତି ପୀଡିତା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମାଦିନାଟ ଗାଁରୁ ଆସିଛି ଅଭିଯୋଗ। ପୋଲିସ ବିଭାଗରେ କାର୍ୟ୍ୟରତ କନେଷ୍ଟବଳ ଭରତ ମଲିକ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କନେଷ୍ଟବଳ ଜଣକ ବିବାହର ପ୍ରତିଶ୍ରୁତି ଦେଇ ୨ବର୍ଷ ହେବ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ।

victim ହେଲେ ଯୁବତୀ ଜଣକ ବିବାହ ପାଇଁ କହିବାରୁ ପୋଲିସ ବାବୁ ମନା କରିଦେଇଥିବା, ପୀଡିତା ଜଣକ ଅଭିଯୋଗ କରିଛନ୍ତି। ଏନେଇ ଗତ ମେ ମାସରେ ବାଲିଗୁଡ଼ା ଥାନାରେ ଏତଲା ଦିଆଯାଇଥିଲା। ହେଲେ ପୋଲିସ କୌଣସି ମାମଲା ରୁଜୁ କରିନଥିବା ଅଭିଯୋଗରେ ପୀଡ଼ିତା ଜଣକ ଥାନା ଆଗରେ ଧାରଣାରେ ବସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.