ପ୍ରୀତିଙ୍କ ଧମାକେଦାର କମବ୍ୟାକ୍ : ‘ଭୟାଜୀ ସୁପରହିଟ୍‌’ରେ ଆସିବେ ନଜର

ମୁମ୍ବାଇ : ବଲିଉଡକୁ ଧମାକେଦାର କମ୍‌ବ୍ୟାକ କରିବାକୁ ପ୍ରସ୍ତୁତ ହେଉଛନ୍ତି ନବେ ଦଶକର ଡ଼ିମ୍ପଲ କୁଇନ୍ ପ୍ରୀତି ଜିଣ୍ଟା। ନିକଟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅଭିନେତ୍ରୀ ତାଙ୍କ ଅପକମିଙ୍ଗ ଫିଲ୍ମ ଭେୟାଜୀ ସୁପରହିଟ୍‌ରେ ଥିବା ନିଜର ଲୁକ୍‌ ଶେୟାର କରିଛନ୍ତି। ଏହି ପୋଷ୍ଟରରେ ଲାଲ ରଙ୍ଗର ଶାଢୀରେ ବେଶ୍‌ ସୁନ୍ଦର ଲାଗୁଛନ୍ତି ପ୍ରୀତି। ଖାଲି ସେତିକି ନୁହଁ ଦେଶୀ ଅବତାରରେ ପ୍ରୀତି ହାତରେ ଧରିଛନ୍ତି ବନ୍ଧୁକ। ଭୟାଜୀଙ୍କ ପତ୍ନୀ ସପନା ଦୁବେ ଚରିତ୍ରରେ ଅଭିନୟ କରିଛନ୍ତି ପ୍ରୀତି। ପୋଷ୍ଟରରେ ସପ୍‌ନା ଦୁବେ ଚରିତ୍ରକୁ ଇଣ୍ଟ୍ରୋଡ୍ୟୁସ କରାଯାଇଛି। ଏହାର କ୍ଯାପସନରେ ପ୍ରୀତି ଲେଖିଛନ୍ତି “ଧମାକେଦାର ୱାପସୀ। ଭେଟନ୍ତୁ ଭେୟାଜୀଙ୍କ ପତ୍ନୀଙ୍କୁ। ୧୯ ଅକ୍ଟୋବରରେ ସିନେମା ହଲରେ”।

 ଏହି ଫିଲ୍ମ ଜରିଆରେ ଅନେକ ଦିନ ପରେ ବଲିଉଡକୁ କମବ୍ୟାକ କରୁଛନ୍ତି ପ୍ରୀତି। ପୂର୍ବରୁ କୋଇ ମିଲ ଗୟା, କଲ ହୋ ନା ହୋ, ସଲାମ ନମସ୍ତେ, କ୍ରିଶ, ବୀର ଜାରା ଭଳି ଫିଲ୍ମରେ ଅଭିନୟ କରି ଲୋକପ୍ରିୟତାର ଶୀର୍ଷରେ ଥିଲେ ପ୍ରୀତି। ତେବେ କିଛି ଦିନ ଧରି ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ। ଏହି ଭିତରେ ସେ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇସାରିଛନ୍ତି। ତେବେ ଦେଖିବା ବାକି ରହିଲା କେତେ ସଫଳ ହେଉଛି ପ୍ରୀତିଙ୍କ କମବ୍ଯାକ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.