Below header

ଏସୀୟ କ୍ରୀଡ଼ା : ଜାକର୍ତ୍ତାରେ ଟ୍ରାଫିକ୍‌ ସମସ୍ୟା ଏଡ଼ାଇବାକୁ ଛୁଟି ରହିବ ସବୁ ସ୍କୁଲ

ଜାକର୍ତ୍ତା : ଠିକ୍‌ ସପ୍ତାହେ ପରେ ଇଣ୍ଡୋନେସିଆର ଜାକର୍ତ୍ତାରେ ଆରମ୍ଭ ହେବା ଏସୀୟ କ୍ରୀଡ଼ା । ଏଥିରେ ଏସିଆ ମହାଦେଶର ୪୫ଟି ଦେଶ ଭାଗ ନେବେ । ସେପଟେମ୍ବର ୨ ତାରିଖ ଯାଏ ଚାଲିବ ଏହି କ୍ରୀଡ଼ା ମହାକୁମ୍ଭ । ତେଣୁ ଜାକର୍ତ୍ତାରେ ପହଞ୍ଚିବେ ହଜାର ହଜାର ଆଥ୍‌ଲେଟ୍‌ । ଏମିତିରେ ସହରରେ ସବୁ ବେଳେ ଟ୍ରାଫିକ୍‌ ସମସ୍ୟା ଉପୁଜିଥାଏ । ପୁଣି ଏସିଆଡ୍‌ ବେଳେ ଏହି ସମସ୍ୟା ଆହୁରି ବଢ଼ିଯିବ । ଏହାକୁ ଦୃଷ୍ଟିରେ ରଖି ୧୫ ଦିନ ଯାଏ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଯାହାଫଳରେ ୩୦ରୁ ୪୦ ପ୍ରତିଶତ ଟ୍ରାଫିକ୍‌ ସମସ୍ୟା ସୁଧାରି ହେବ ବୋଲି ସ୍ଥାନୀୟ ପ୍ରଶାସନ କହିଛି । ଖେଳାଳିମାନଙ୍କୁ ଷ୍ଟାଡିୟମ୍‌ ନେବା ଆଣିବା ବେଳେ ଟ୍ରାଫିକ୍‌ ଜାମ୍‌ ହଇରାଣ ହେବେ । ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏକ ରିପୋର୍ଟ ଅନୁଯାୟୀ ଜାକର୍ତ୍ତାରେ ଜଣେ ଡ୍ରାଇଭର ଟ୍ରାଫିକ୍‌ ଜାମ୍‌ ପାଇଁ ବର୍ଷକୁ ହାରାହାରି ୩୩ ହଜାର ଥର ରାସ୍ତା ଉପରେ ଗାଡ଼ି ବନ୍ଦ କରେ । ଏଠି ୪୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ୨ ଘଣ୍ଟାରୁ ଅଧିକ ସମୟ ଲାଗେ । ଟ୍ରାଫିକ୍‌ ଜାମ୍‌ ଯୋଗୁଁ ସହରରେ ୭୦ ପ୍ରତିଶତ ବାୟୁ ପ୍ରଦୂଷଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.