ଦିଲ୍ଲୀ ପୋଲିସ୍‌ରେ ସାମିଲ ହେବ ଦେଶର ପ୍ରଥମ ମହିଳା ସ୍ୱାଟ୍‌ ଟିମ୍‌

ନୂଆଦିଲ୍ଲୀ : ଦେଶରେ ପ୍ରଥମ । ଦିଲ୍ଲୀରେ ପ୍ରଥମ କରି ଏକ ମହିଳା ସ୍ୱାଟ୍‌ ଟିମ୍‌ ଗଠନ କରାଯାଇଛି । ଦେଶ ବିଦେଶରେ ବିଶେଷଜ୍ଞ ଟିମ୍‌ ଦ୍ୱାରା ତାଲିମ ପ୍ରାପ୍ତ ଏହି ଟିମ୍‌ରେ ୩୬ ଜଣ ମହିଳା କନେଷ୍ଟବଳ ଅଛନ୍ତି । ଏମାନେ ସମସ୍ତେ ଦେଶର ଉତ୍ତର-ପୂର୍ବାଞ୍ଚଳରୁ ଚୟନ ହୋଇଛନ୍ତି । ଏଥିରେ ଆସାମରୁ ୧୩ ଜଣ, ମଣିପୁର, ସିକ୍କିମ, ଅରୁଣାଚଳ ପ୍ରଦେଶରୁ ୫ ଜଣ ଲେଖାଏଁ, ମେଘାଳୟରୁ ୪, ନାଗାଲାଣ୍ଡରୁ ୨ ଏବଂ ମିଜୋରାମରୁ ଜଣେ ସାମିଲ ହୋଇଛନ୍ତି । ଦୀର୍ଘ ୧୫ ମାସ ଧରି ଏମାନଙ୍କୁ କଠିନ ତାଲିମ ଦିଆଯାଇଛି । ଓଡ଼ିଆ ଆଇପିଏସ୍‌ ତଥା ଦିଲ୍ଲୀ ପୋଲିସ୍‌ କମିଶନର ଅମୂଲ୍ୟ ପଟ୍ଟନାୟକ ଏହି ଟିମ୍‌ ଗଠନ କରିଛନ୍ତି । ସହରାଞ୍ଚଳରେ ବିଭିନ୍ନ କଠିନ ପରିସ୍ଥିତିର ସାମନା କରିବା ଲାଗି ଏହି ଟିମ୍‌ ଗଠନ ହୋଇଛି । ଆତଙ୍କବାଦୀମାନେ ମହିଳା ‘ଫିଦାୟିନ୍‌’ ବା ଆତ୍ମଘାତୀ ବିସ୍ଫୋରଣ ଘଟାଇବାକୁ ଷଡ଼ଯନ୍ତ୍ର କରୁଥିବାରୁ ଏହି ମହିଳା ସ୍ୱାଟ୍‌ ଟିମ୍‌ ତାର ମୁକାବିଲା କରିବ । ବିଶେଷ କରି ଦକ୍ଷିଣ ଓ କେନ୍ଦ୍ରୀୟ ଦିଲ୍ଲୀରେ ଏମାନେ ମୁତୟନ ହେବେ । ପରାକ୍ରମ ନାମକ ଆଣ୍ଟି ଟେରର ଭ୍ୟାନ୍‌ରେ ମଧ୍ୟ ଏମାନେ ରହିବେ । ଗୃହ ମନ୍ତ୍ରୀ ରାଜନାଥ ସିଂହ ଏହି ଟିମ୍‌କୁ ଆନୁଷ୍ଠାନିକ ଭାବେ ଦିଲ୍ଲୀ ପୋଲିସ୍‌ରେ ସାମିଲ ଘୋଷଣା କରିବେ ।

Leave A Reply

Your email address will not be published.