ଶୋଭାଯାତ୍ରାରେ ପୁଲିସକୁ ପଡ଼ିଲା ମାଡ଼ !  

ଘଟଣାରେ ୨୫ ଜଣଙ୍କୁ ଥାନାରେ ଅଟକ

ଭଦ୍ରକ : ବାସୁଦେବପୁର ଥାନା ଅଧିକାରୀଙ୍କୁ ନିସ୍ତୁକ ମାଡ଼। DJ ବନ୍ଦ କରିବାରୁ ପିଟିଲେ ଗ୍ରାମବାସୀ। ଗୁରୁତର ନବକିଶୋର ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡ  ହାତରେ ଗଭୀର ଆଘାତ ଲାଗିଛି। ଗତକାଲି ଭଦ୍ରକ ଜିଲ୍ଲା ବସୁଦେବପୁର ଲୁଙ୍ଗା ଗାଁରେ ରଜ ଭସାଣ ବାହାରିଥିଲା।

ତେବେ ଭସାଣ ସମୟରେ ଡିଜେ ଗାଡିଟି ଜଣେ ନାବଳିକାଙ୍କୁ ଧକ୍କା ଦେଇଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ଏନେଇ ନାବାଳିକାର ବାପା ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଗାଁଲୋକେ ତାଙ୍କୁ ଆକ୍ରମଣ କରିଥିଲେ।  ଘଟଣାରେ ୨୫ ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

Leave A Reply

Your email address will not be published.