ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜୟନ୍ତୀ ଉତ୍ସବ ପୂର୍ବରୁ ଭଦ୍ରକ ସହରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜୟନ୍ତୀ ଉତ୍ସବକୁ ଭଦ୍ରକରେ ଶାନ୍ତି ଶୃଙ୍ଖଲାର ସହିତ କିପରି ପାଳନ କରାଯିବ ସେଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭଦ୍ରକ : ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜୟନ୍ତୀ ଉତ୍ସବକୁ ଭଦ୍ରକରେ ଶାନ୍ତି ଶୃଙ୍ଖଲାର ସହିତ କିପରି ପାଳନ କରାଯିବ ସେଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ଆଜି ଠାରୁ ଭଦ୍ରକ ସହରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଛି ।

ଏହା ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଆଜି ପୁରୁଣା ବଜାର ଥାନା ପରିସରରୁ ଏହି ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଥିଲା । ଏଥିରେ ପୂର୍ବାଞ୍ଚଳ ଆଇ ଜି ହିମାଂଶୁ ଲାଲ ଓ ଭଦ୍ରକ ଏସପି ବରୁଣ ଗୁଣ୍ଟୁପାଲି ଯୋଗ ଦେଇଥିଲେ ।

ତେବେ ଚଳିତ ବର୍ଷ ମହମ୍ମଦ ଜୟନ୍ତୀକୁ ଶୃଙ୍ଖଳାର ସହିତ ପାଳନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ୩ ଜଣ ଅତିରିକ୍ତ ଏସପି ୯ ଜଣ ଡି ଏସ ପି. ୧୬ ଜଣ ଇନସିପେକ୍ଟର ୧୦୦ ରୁ ଅଧିକ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି ।

ସେହିପରି ବିଭିନ୍ନ ଛକ ବଜାରମାନଙ୍କରେ ସି ସି ଟିଭି ଲଗାଯାଇ ଦୁର୍ବୁତ୍ତମାନଙ୍କ ଗତିବିଧି ଉପରେ ଲକ୍ଷ ରଖାଯାଇଛି । ମୋବାଇଲ ପେଟ୍ରୋଲିଙ୍ଗକୁ କଡାକଡି କରାଯାଇଛି । ତେବେ ଭଦ୍ରକରେ ଭାଇଚାରା ନଷ୍ଟ ହେଲା ଭଳି କୌଣସି ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ କିଛି ବିବାଦୀୟ ମନ୍ତବ୍ୟ ନ ଦେବାକୁ ଭଦ୍ରକ ଏସପି ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.