ଅନରକିଲିଂ ରୋକିବା ପ୍ରସଙ୍ଗ : ଗୃହ ବିଭାଗର ଏସଓପି ଉପରେ ପୋଲିସ ଡିଜିଙ୍କ ପ୍ରତିକ୍ରିୟା

ଭୁବନେଶ୍ବର(କେନ୍ଯୁଜ୍) : ଅନରକିଲିଂ ଭଳି ଅପରାଧ ରୋକିବାକୁ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା SOP ଉପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ସେ କହିଛନ୍ତି ଓଡ଼ିଶାରେ ସେପରି ଘଟଣା ବିଶେଷ ଦେଖାଯାଏନି । ଯେଉଁ ଜିଲ୍ଲାରେ ଏଭଳି ଘଟଣା ଘଟୁଛି, ସେହି ଜିଲ୍ଲାର ଏସ୍ପି ମାନଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।
ଗୁଇନ୍ଦା ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ପୋଲିସ ଡିଜି କହିଛନ୍ତି ସ୍ଥାନୀୟ ଖବର ସଂଗ୍ରହ ପ୍ରକ୍ରିୟାକୁ ଶକ୍ତିଶାଳୀ କରାଯିବ । ଏଭଳି ଘଟଣା ଘଟିଲେ, ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ଖୁବଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯିବ ।