Below header

ମଇଁଷି ଚୋରି ଅଭିଯୋଗରେ ଶାହରୁଖ ଖାନଙ୍କୁ ପିଟି ପିଟି ହତ୍ୟା

ବରେଲି : ମଇଁଷି ଚୋରି ଅଭିଯୋଗରେ ଯୁବକକୁ ପିଟି ପିଟି ହତ୍ୟା । ଉତ୍ତର ପ୍ରଦେଶ ବରେଲି ଜିଲ୍ଲା ଭୋଲପୁର ଅନ୍ତର୍ଗତ ହିଣ୍ଡୋଲିଆରେ ଏହି ଘଟଣା ଘଟିଛି । ଶାହାରୁଖ ଖାନ୍ ନାମକ ଜଣେ ଯୁବକ ତାର ତିନି ସାଙ୍ଗଙ୍କ ସହିତ ମିଶି ମଇଁଷି ଚୋରି କରିବାକୁ ଉଦ୍ୟମ କଲା ବେଳେ ଗାଁ ଲୋକେ ଦେଖି ନେଇଥିଲେ । ତେବେ ଅନ୍ୟମାନେ ଖସି ପଳାଇ ଯାଇଥିବା ବେଳେ ଶାହରୁଖ ଧରାପଡ଼ି ଯାଇଥିଲେ । ଉତ୍ତ୍ୟକ୍ତ ଗାଁ ଲୋକେ ତାଙ୍କୁ ଧରି ପ୍ରବଳ ପିଟିଥିଲେ । ପରେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମ୍‌ତ୍ୟୁ ଘଟିଥିଲା । ପୋଲିସ୍ କିଛି ଅଜଣା ବ୍ୟକ୍ତିଙ୍କ ସହ ଶାହରୁଖଙ୍କ ସାଙ୍ଗମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ୨୦ ବର୍ଷ ବୟସ୍କ ଶାହରୁଖ ଦୁବାଇରେ ଟେଲରିଂ କାମ କରନ୍ତି । ସେ ଗାଁକୁ ଆସିଥିବା ବେଳେ ଏଭଳି ଦୁଃଖଦ ଘଟଣା ଘଟିଛି । ଥଟ୍ଟା ମଜାରେ ସାଙ୍ଗଙ୍କ ସହ ମିଶି ଶାହାରୁଖ ମଇଁଷି ଚୋରି କରୁଥିଲେ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.