କଟକ : ଡ୍ୟୁଟିରେ ଥିବା ବେଳେ ଟଳିପଡ଼ିଲେ ପୋଲିସ୍‌

 କଟକ(କେନ୍ୟୁଜ୍‌) : କଟକ ଏସ୍‌ସିବି ମେଡିକାଲ୍‌ରେ ଡ୍ୟୁଟି କରୁଥିବା ବେଳେ ଜଣେ ପୋଲିସ କର୍ମଚାରୀଙ୍କର ଆକସ୍ମିକ ମୃତ୍ୟୁ ଘଟିଛି । ପୋଲିସ୍‌ କର୍ମଚାରୀ ହେଲେ ଓଏସଏପି ୬ଷ୍ଠ ବାଟାଲିଅନର ହାବିଲଦାର ବିଭୂତି ଭୂଷଣ ପ୍ରଧାନ ।

ଏସସିବିରେ ଡ୍ୟୁଟି କରୁଥିବା ବେଳେ ହଠାତ୍ ଟଳି ପଡିଥିଲେ । ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ କେଉଁ କାରଣରୁ ବିଭୂତିଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.