Below header

ରାଜ୍ୟ ବାହାରୁ ରାଜଧାନୀକୁ ଆସୁଥିବା ଲୋକଙ୍କୁ ନଜର ରଖିବେ ସ୍ଥାନୀୟ ଲୋକ, ଏସଓପି ଜାରି କରିଛି ବିଏମ୍‌ସି

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟ ବାହାରୁ ରାଜଧାନୀକୁ ଆସୁଥିବା ଲୋକଙ୍କୁ ନଜର ରଖିବେ ସ୍ଥାନୀୟ ଲୋକ । ବିଭିନ୍ନ ପୂଜା ମଣ୍ଡପ କମିଟି, ଆପାର୍ଟମେଣ୍ଟ ସୋସାଇଟିିକୁ ଦାୟିତ୍ୱ ଦେଇଛି ଭୁବନେଶ୍ୱର ମହାନଗର ନିଗମ ।

ଯେଉଁମାନେ ହୋମ କ୍ୱାରେଣ୍ଟାଇନ୍ ରହୁଛନ୍ତି ସେମାନଙ୍କ ସୁବିଧା ଅସୁବିଧା ବି ସେମାନେ ବୁଝିବାକୁ ଏସଓପି ଜାରି କରିଛି ବିଏମ୍‌ସି । ସେପଟେ ଦାୟିତ୍ୱ ମିଳିବା ପରେ ସୂଚାରୁରୁପେ କାମ ସମ୍ପାଦନ କରିବାକୁ ପୂଜା ମଣ୍ଡପ କମିଟିଗୁଡିକ ପ୍ରସ୍ତୁତ ଥିବା କହିଛନ୍ତି ।

ନିଜ ଅଞ୍ଚଳର ସୁରକ୍ଷା ଦାୟିତ୍ୱ ନିଅ । ଦାୟିତ୍ୱବାନ ହୋଇ କରୋନା ମୁକାବିଲାରେ ସାମିଲ ହୁଅ । ଏଭଳି କିଛି ଗାଇଡଲାଇନ୍‌ ସହ ରାଜଧାନୀରେ ଥିବା ବିଭିନ୍ନ କମିଟି, ପୂଜା ମଣ୍ଡପ, ଆପାର୍ଟମେଣ୍ଟରେ ଥିବା ସୋସାଇଟିକୁ ଏସଓପି ଜାରି କରିଛି ବିଏମ୍‌ସି ।

ନିଜ ଅଞ୍ଚଳକୁ ଯେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି ସେମାନଙ୍କ ଖବର ସରକାରଙ୍କୁ ଦିଅ । ହୋମ କ୍ୱାରେଣ୍ଟାଇନ୍ରେ ଥିବା ପରିବାରର ସୁବିଧା ଅସୁବିଧା ବୁଝ । ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଙ୍କ ଘରେ ପହଁଞ୍ଚାଇବା ବ୍ୟବସ୍ଥା କରିବାକୁ ଏସଓପି ଜାରି କରିଛି ବିଏମ୍‌ସି ।

ସେହିଭଳି ସଙ୍ଘରୋଧରେ ଥିବା ଲୋକେ ନିୟମ ମାନୁଛନ୍ତି କି ନାହିଁ ନଜର ରଖିବା ସହ ଯେଉଁମାନେ ନିୟମ ଉଲ୍ଲଙ୍ଘନ କରୁଛନ୍ତି ତୁରନ୍ତ ସ୍ଥାନୀୟ ପୋଲିସକୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛି ବିଏମ୍‌ସି ।

ଏବେ ସୁଦ୍ଧା ରାଜ୍ୟ ବାହାରୁ ଭୁବନେଶ୍ୱରକୁ ୩ଶହରୁ ଅଧିକ ଲୋକ ଆସିଛନ୍ତି । ଯେଉଁମାନଙ୍କ ପାଖରେ କିଛି ଲକ୍ଷଣ ଦେଖାଯାଇଛି ସେମାନଙ୍କୁ ହୋମ କ୍ୱାରେଣ୍ଟାଇନ୍ ରହିବାକୁ ନିର୍ଦ୍ଦେଶ ରହିଛ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.