ବଲାଙ୍ଗିର: ଖପ୍ରାଖୋଲ ଅନ୍ତର୍ଗତ ଜୁନାନିବାହାଲରେ ପୋଲିସର ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ବଲାଙ୍ଗିର (କେନ୍ଯୁଜ୍): ବଲାଙ୍ଗିର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଖପ୍ରାଖୋଲ ଅନ୍ତର୍ଗତ ଜୁନାନିବାହାଲରେ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀର ପରିଚୟ ମିଳିନି ।

ଏନକାଉଣ୍ଟରସ୍ଥଳରୁ ଜବତ ହୋଇଛି ଏସଏଲଆର୍‌ ରାଇଫଲ୍‌ । ଘଟଣାସ୍ଥଳରୁ ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଜାରି ରହିଛି ସର୍ଚ୍ଚ ଅପରେସନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.