Below header

ବାଲେଶ୍ଵର: ଚଢ଼ଉ ସମୟରେ ପୋଲିସ ଉପରକୁ ଦୁର୍ଦ୍ଦାନ୍ତ ଅପରାଧୀର ବୋମା ମାଡ଼

ବାଲେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ଈଶ୍ୱର ମହାଳିକଙ୍କ ଘରେ ଚଢ଼ାଉ କରିଛି ପୋଲିସ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଶ୍ୟାମରାଇପୁର ଗାଁର ଦୁର୍ଦ୍ଦାନ୍ତ ଅପରାଧୀ ଈଶ୍ବର ମହାଳିକଙ୍କ ଘରେ ପୋଲିସ ଚଢ଼ାଉ କରିଛି । କହିରଖିବା ଉଚିତ ହେବକି, ପୂର୍ବରୁ ଈଶ୍ୱର ବିଭିନ୍ନ ଚୋରି, ଡ଼କାୟତି ତଥା ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିଲା । ଦୁଇଦିନ ତଳେ ନହର ପାଟଣା ଅଂଚଳର ଜଣେ ଯୁବକଙ୍କୁ ରକ୍ତାକ୍ତ ଆକ୍ରମଣ ଓ ତାଙ୍କ ଠାରୁ ବୁଲେଟ ଲୁଟିବା ଅଭିଯୋଗରେ ଈଶ୍ୱରଙ୍କ ଘର ଉପରେ ଚଢ଼ାଉ କରିଥିଲା ପୋଲିସ ।

ରେଡ ସମୟରେ ଈଶ୍ୱର ପୋଲିସ ଉପରକୁ ସୁତୁଲି ବୋମା ସହ ଇଟା ଓ କାଚ ମାଡ଼ କରିଥିଲେ । ଅବଶ୍ୟ ଏହି ଦୁର୍ଦ୍ଦାନ୍ତ ଅପରାଧୀ ଈଶ୍ୱର ପାଇଁ ଏହି ଘଟଣା ନୁଆ ନୁହେଁ । ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ଥରେ ପୋଲିସ ଉପରକୁ ଗରମ ତେଲ ଛାଡିଥିଲା ଈଶ୍ୱର । ପୋଲିସ ଉପରକୁ ବାରମ୍ବାର ଆକ୍ରମଣ କରି ଖସି ପଳାଇଯିବାରେ ସକ୍ଷମ ହୋଇଛି ଈଶ୍ବର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.