Below header

ଭିସୁଟ ଛାତ୍ରୀ ଚିନ୍ମୟୀଙ୍କୁ ହତ୍ୟା ମାମଲା: ପୁରୁଷ ବନ୍ଧୁ ଓ ତାଙ୍କର ଅନ୍ୟ ଦୁଇ ସାଙ୍ଗକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ

ବୁର୍ଲା ଥାନା ପୋଲିସ ଚିନ୍ମୟୀଙ୍କ ଡାଏଟମ ଓ ଭିସେରା ଟେଷ୍ଟ କରାଯିବ ବୋଲି ଜଣାପଡିଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର । ପାରିପାର୍ଶ୍ଵିକ ସ୍ଥିତି ତଥା ତଥ୍ୟ ପ୍ରମାଣ ଆଧାରରେ ତଦନ୍ତ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି ।

ସମ୍ବଲପୁର(କେନ୍ୟୁଜ୍):  ଭିସୁଟ ଛାତ୍ରୀ ଚିନ୍ମୟୀଙ୍କୁ ହତ୍ୟା ମାମଲାରେ ପୁରୁଷ ବନ୍ଧୁ ଓ ତାଙ୍କର ଅନ୍ୟ ଦୁଇ ଜଣ ସାଙ୍ଗକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଏନେଇ ଆଇପିସିର ଧାରା ୩୦୨, ୨୦୧ ଓ ୩୪ରେ ମାମଲା ରୁଜୁ ହୋଇଛି । ବୁର୍ଲା ଥାନା ପୋଲିସ ଚିନ୍ମୟୀଙ୍କ ଡାଏଟମ ଓ ଭିସେରା ଟେଷ୍ଟ କରାଯିବ ବୋଲି ଜଣାପଡିଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର । ପାରିପାର୍ଶ୍ଵିକ ସ୍ଥିତି ତଥା ତଥ୍ୟ ପ୍ରମାଣ ଆଧାରରେ ତଦନ୍ତ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ଆଜି ଆସିବ ଚିନ୍ମୟୀଙ୍କ ବ୍ୟବଚ୍ଛେଦ ରିପୋର୍ଟ। ରିପୋର୍ଟ ପ୍ରସ୍ତୁତ ସରିଥିବା ନେଇ ସୂଚନା ଦେଇଛନ୍ତି ଭୀମ୍‌ସାରର ଏଫଏମଟି ବିଭାଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଶକ୍ତିସାଇ ପଣ୍ଡା।

ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ଭିସୁଟର ଆଇଟି ବିଭାଗର ପାସ୍‌ ଆଉଟ୍‌ ଛାତ୍ରୀ । ଗତ ମଙ୍ଗଳବାର ସମାବର୍ତ୍ତନ ଉତ୍ସବରେ ଡିଗ୍ରୀ ସାର୍ଟିଫିକେଟ୍‌ ନେବାକୁ ସେ ବୁର୍ଲା ଆସିଥିଲେ । ଏହାପରେ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ ବୁର୍ଲା ପାୱାର ଚାନେଲ ବ୍ରିଜରୁ ଚିନ୍ମୟୀ ଡେଇଁ ପଡ଼ିଥିବା କୁହାଯାଉଥିଲା । ଗତକାଲି ଅଗ୍ନିଶମବାହିନୀ ତାଙ୍କର ମୃତଦେହ ଉଦ୍ଧାର କରିଥିଲା। ଚିନ୍ମୟୀଙ୍କ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୟଫ୍ରେଣ୍ଡ ପ୍ରୀତିମାନ ଦେ ସହପାଠୀଙ୍କ ସହଯୋଗରେ ଝିଅକୁ ହତ୍ୟା କରି ପାୱାର ଚାନେଲକୁ ଫିଙ୍ଗି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତ ଚିନ୍ମୟୀଙ୍କ ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.