ହିଣ୍ଡେନବର୍ଗ – ଆଦାନୀ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ତଦନ୍ତ ପାଇଁ ୬ ଜଣିଆ କମିଟି ଗଠନ

ହିଣ୍ଡେନବର୍ଗ – ଆଦାନୀ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଘଟଣାର ତଦନ୍ତ କରି ରିପୋର୍ଟ ଦେବ ୬ଜଣିଆ ବିଶେଷଜ୍ଞ କମିଟି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅଭୟ ମନୋହର ସାପ୍ରେଙ୍କ ନେତୃତ୍ୱରେ କମିଟି ଗଠନ ହୋଇଛି ।

କେନ୍ୟୁଜ୍‌(ବ୍ୟୁରୋ): ହିଣ୍ଡେନବର୍ଗ – ଆଦାନୀ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅଭୟ ମନୋହର ସାପ୍ରେଙ୍କ ନେତୃତ୍ୱରେ କମିଟି ଗଠନ ହୋଇଛି । କମିଟିରେ ୬ଜଣ ସଦସ୍ୟ ଅଛନ୍ତି । କମିଟିରେ ଏସବିଆଇର ପୂର୍ବତନ ଅଧ୍ୟକ୍ଷ ଓ.ପି. ଭଟ୍ଟ, ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଜେ.ପି ଦେବଧର, ନିୟୁ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ବ୍ରିକ୍ସ କଣ୍ଟ୍ରିଜର ପୂର୍ବତନ ମୁଖ୍ୟ କେଭି କାମାତ । ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆର ପୂର୍ବତନ ମୁଖ୍ୟ ନନ୍ଦନ ନିକେଲାନୀ ।

ଦୁଇମାସ ମଧ୍ୟରେ କିମିଟିକୁ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । SEBI କିନ୍ତୁ ପୂର୍ବପରି ମାମଲାର ତଦନ୍ତ ଜାରି ରଖିବ । ଗତମାସରେ ଆମେରିକାର ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ଗୌତମ ଆଦାନୀଙ୍କ ନେତୃତ୍ୱାଧିନ ଆଦାନୀ ଗ୍ରୁପ ଉପରେ ରିପୋର୍ଟ ପ୍ରକାଶ କରିଥିଲା । ଏଥିରେ ଆଦାନୀ ଗ୍ରୁପ ମାର୍କେଟରେ ଜାଲିଆତି କରିଥିବା କୁହାଯାଇଥିଲା । ଆଦାନୀ ଗ୍ରୁପ ପକ୍ଷରୁ ଏହାକୁ କିନ୍ତୁ ଖଣ୍ଡନ କରାଯାଇଛି । ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ଟ୍ଵିଟକରି କୋର୍ଟଙ୍କ ଆଦେଶକୁ ସ୍ୱାଗତ କରିବା ସହ । ସତ ସାମନାକୁ ଆସିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.